ରାଇରଙ୍ଗପୁର: ବର୍ତ୍ତମାନ କୋରୋନା ମହାମାରୀ ସମୟରେ ରକ୍ତର ଘୋର ଅଭାବକୁ ଦୃଷ୍ଟିରେ ରଖି ସ୍ବେଚ୍ଛାକୃତ ଭାବେ ରକ୍ତଦାନ ପାଇଁ ରାଇରଙ୍ଗପୁର ବ୍ଲଡ଼ ବ୍ୟାଙ୍କ ତରଫରୁ ଆହ୍ବାନ ଦିଆ ଯାଉଥିବା ବେଳେ ରକ୍ତଦାନ ପାଇଁ ଆଗେଇ ଆସିଛି ରାଇରଙ୍ଗପୁର ଉପଖଣ୍ଡର ଆମ ପୋଲିସ ସମିତି ।
ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣି ଥାନା ଆମ ପୋଲିସ ସମିତି ଓ ଆମ ଓଡ଼ିଶା ପକ୍ଷରୁ ଗୋରୁମହିଷାଣୀ ଥାନାରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ରାଇରଙ୍ଗପୁର ଏସଡିପିଓ ଗାୟତ୍ରୀ ପ୍ରଧାନ ଫିତା କାଟି ରକ୍ତଦାନ କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ପ୍ରଥମେ ରକ୍ତଦାନ କରି ମହାନତାର ପରିଚୟ ଦେଇଛନ୍ତି ।