ରାଇରଙ୍ଗପୁର: ପ୍ରଧାନ ଶିକ୍ଷକଙ୍କ ଉପରେ ମଦ୍ୟପଙ୍କ ଆକ୍ରମଣ ପରେ ତାତିଲେ ଗ୍ରାମବାସୀ । ମଦ୍ୟପ ବ୍ୟକ୍ତିଙ୍କୁ ଅର୍ଦ୍ଧ ଉଲଗ୍ନ କରି ଗଛରେ ବାନ୍ଧିବା ପରେ ପୋଲିସକୁ ହସ୍ତାନ୍ତର କଲେ । ମଦ୍ୟପ ବ୍ୟକ୍ତି ଜଣକ OAPF ଯବାନ ହୋଇଥିବା ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଅନ୍ତର୍ଗତ ଦେଉଳି ପ୍ରାଥମିକ ବିଦ୍ୟାଳୟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ:ହନିଟ୍ରାପ କୁଇନକୁ ଜେଲରେ ଜେରା, ED ପଚାରୁଛି ପୋଲିସ କଣ ଲେଖିନେଇଥିଲା
ଗତ ମଙ୍ଗଳବାର ଦେଉଳି ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ସମୟରେ ଜଣେ OAPF ଯବାନ ନିଶାଷକ୍ତ ଅବସ୍ଥାରେ ପ୍ରଧାନ ଶିକ୍ଷକ ଶିବ ଶଙ୍କର ନାଏକଙ୍କୁ ଆକ୍ରମଣ କରିଥିଲେ । ପରେ ଏନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ କରିଥିବା ଗଗନ ବିହାରୀ ନାୟକଙ୍କୁ ସ୍ଥାନୀୟ ଲୋକେ କାବୁ କରିବା ସହ ଅର୍ଦ୍ଧ ଉଲଗ୍ନ କରି ଗଛରେ ବାନ୍ଧି ରଖିଥିଲେ ।