ବାରିପଦା: ଜିଲ୍ଲାରେ କୋରୋନା ସଂକ୍ରମଣ ଧୀରେ ଧୀରେ କମୁଥିବାବେଳେ ଚଳିତ ବର୍ଷରେ ଜଣେ ହେଲେ କୋରୋନା ସଂକ୍ରମଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇନାହିଁ । ଏଣୁ ବାରିପଦା ନିକଟ ବାଙ୍କିଶୋଳରେ କିମସ କୋଭିଡ଼ ହସ୍ପିଟାଲକୁ ରାଜ୍ୟ ସରକାର ଶନିବାର ବନ୍ଦ କରିଦେଇଛନ୍ତି ।
ଜିଲ୍ଲାରେ କୋରୋନା ଲଢ଼େଇ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ସଂକ୍ରମଣ ଜିଲ୍ଲାରେ ହ୍ରାସ ପାଇଥିବାବେଳେ ଚଳିତ ବର୍ଷର ପ୍ରଥମ ଦିନରୁ ଏହି ହସ୍ପିଟାଲରେ ଜଣେ ହେଲେ ବି ନୂଆ କୋରୋନା ଆକ୍ରାନ୍ତ ଭର୍ତ୍ତି ହୋଇନାହାଁନ୍ତି । ଫଳରେ ଜିଲ୍ଲାର ଏକମାତ୍ର କୋଭିଡ଼ ହସ୍ପିଟାଲକୁ ବନ୍ଦ କରିଦିଆଯାଇଛି ।