ଓଡିଶା

odisha

By

Published : Dec 23, 2021, 12:01 PM IST

ETV Bharat / state

ମୟୂରଭଞ୍ଜରେ ହାତୀ ଉତ୍ପାତ, ଜଣଙ୍କୁ ଦଳି ମାରିଲା ଝାଡଖଣ୍ଡି ହାତୀ

ମୟୂରଭଞ୍ଜରେ ହାତୀ ଆତଙ୍କ । ଝାଡଖଣ୍ଡି ହାତୀ ହାବୁଡରେ ପଡି ମୋରଡ଼ା ବ୍ଲକ ଟିଆଁସି ଗ୍ରାମର ମନ୍ଦା ଭକ୍ତା ମୃତ । ଅଧିକ ପଢନ୍ତୁ

ପୁଣି ଜଣଙ୍କୁ ଦଳିଦେଲା ଝାଡଖଣ୍ଡି  ହାତୀ, ଜଣେ ମୃତ
ପୁଣି ଜଣଙ୍କୁ ଦଳିଦେଲା ଝାଡଖଣ୍ଡି ହାତୀ, ଜଣେ ମୃତ

ବାରିପଦା: ମୟୂରଭଞ୍ଜରେ ହାତୀ ଆତଙ୍କ । ହାତୀଙ୍କ ଦୈରାତ୍ମ୍ୟ ବଢୁଥିବା ବେଳେ ଆତଙ୍କିତ ଅବସ୍ଥାରେ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳର ବାସିନ୍ଦା । କିଛିଦିନ ତଳେ ଜଣେ ମହିଳାଙ୍କୁ ହାତୀ ଦଳି ଦେଇଥିବା ବେଳେ ଗତକାଲି ଜଣେ ବ୍ୟକ୍ତିଙ୍କୁ ମଧ୍ୟ ହାତୀ ଦଳି ଦେଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମୋରଡ଼ା ବ୍ଲକ ଟିଆଁସି ଗ୍ରାମର ମନ୍ଦା ଭକ୍ତା ।

ପୁଣି ଜଣଙ୍କୁ ଦଳିଦେଲା ଝାଡଖଣ୍ଡି ହାତୀ, ଜଣେ ମୃତ

ସୂଚନାଅନୁୟାୟୀ ମୋରଡ଼ା ବ୍ଲକ ଟିଆଁସି ଗ୍ରାମର ମନ୍ଦା ଭକ୍ତା ନାମକ ଜଣେ ବ୍ୟକ୍ତି ଜମଙ୍କ ଚିତ୍ରଡା ବଜାରରୁ କାମ ସାରି ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥିବା ବେଳେ ଝାଡଖଣ୍ଡି ଦନ୍ତା ହାବୁଡ଼ରେ ପଡ଼ିବହାରୁ ହାତୀଟି ଅତି ନିର୍ମମ ଭାବେ ତାଙ୍କୁ କଚାଡି ମାରି ଦେଇଥିଲା । ତେବେ ଜଙ୍ଗଲରେ ହାତୀ ପଲ ରହିଥିବାରୁ ଘଟଣା ସ୍ଥଳରେ ଦୀର୍ଘ ୧୨ ଘଣ୍ଟା ଧରି ମୃତଦେହ ପଡିରହିଥିଲା । ଆଜି ସକାଳେ ଘଟଣା ସ୍ଥଳରେ ମୋରଡ଼ା ପୋଲିସ ଓ ରାସଗୋବିନ୍ଦପୁର ରେଞ୍ଜର ରେଞ୍ଜ ଅଧିକାରୀଙ୍କ ସହ ବନ ବିଭାଗର କର୍ମଚାରୀ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details