ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ ଝାଡଖଣ୍ଡୀ ଦନ୍ତା ଆତଙ୍କ, ଜଣେ ଗୁରୁତର - ରାଇରଙ୍ଗପୁର ବନଖଣ୍ଡ

ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଚିଙ୍ଗୁଡ଼ିପୋଖରୀରେ ଦନ୍ତାହାତୀ ଆତଙ୍କ। ଦନ୍ତାହାତୀଟି ଚିଙ୍ଗୁଡ଼ିପୋଖରୀ ଗ୍ରାମରେ ସକାଳୁ ଉତ୍ପାତ ଜାରି ରଖିଥିବାବେଳେ ନିକଟସ୍ଥ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିଲେ।

ଦନ୍ତା ହାତୀର ଆତଙ୍କ: ଆକ୍ରମଣରେ ଜଣେ ଗୁରୁତର
ଦନ୍ତା ହାତୀର ଆତଙ୍କ: ଆକ୍ରମଣରେ ଜଣେ ଗୁରୁତର

By

Published : Aug 27, 2020, 5:04 PM IST

Updated : Aug 27, 2020, 7:48 PM IST

ରାଇରଙ୍ଗପୁର: ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଚିଙ୍ଗୁଡ଼ିପୋଖରୀରେ ଦନ୍ତାହାତୀ ଆତଙ୍କ। ଦନ୍ତାହାତୀଟି ଚିଙ୍ଗୁଡ଼ିପୋଖରୀ ଗ୍ରାମରେ ସକାଳୁ ଉତ୍ପାତ ଜାରି ରଖିଥିବାବେଳେ ନିକଟସ୍ଥ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିଲେ। ଦନ୍ତା ହାତୀଟି ରାଞ୍ଚି- ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥ ଉପରେ ମଧ୍ୟ ବୁଲୁଥିବା ଦେଖିବାକୁ ମିଳିଥିଲା ।

ହାତୀଟିକୁ ଦେଖି ରାଜରାସ୍ତାର ଦୁଇ ପଟରେ ଯାନବାହନ ଅଟକି ଯାଇଥଲା। ଶୌଚ ପାଇଁ ଯାଇଥିବା ଚିଙ୍ଗୁଡ଼ିପୋଖରୀ ଗ୍ରାମର ଚନ୍ଦ୍ରାୟ ବେଶ୍ରାଙ୍କୁ ହାତୀ ଆକ୍ରମଣ କରିଥିଲା। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦନ୍ତା ହାତୀଟି ଏକୁଟିଆ ଝାଡ଼ଖଣ୍ଡରୁ ପଳେଇ ଆସିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେପଟେ ହାତୀଟିକୁ ଘଉଡାଇବା ପାଇଁ ବନବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଥିଲେ ।

ଦନ୍ତା ହାତୀର ଆତଙ୍କ: ଆକ୍ରମଣରେ ଜଣେ ଗୁରୁତର

ହାତୀଟି 3-4 ଜଣଙ୍କ ଘର ଭାଙ୍ଗିଥିବାବେଳେ ଆକ୍ରମଣ କରିବା ନେଇ ଲୋକଙ୍କୁ ଗୋଡାଉଥିବା ଦେଖିବାକୁ ମିଳିଥିଲା । ହାତୀଟି ରାଜରାସ୍ତା ନିକଟ ଗାଁରେ ଥିବାବେଳେ ଝାଡଖଣ୍ଡ ଆଡକୁ ଘଉଡାଇବା ନେଇ ରାଜରାସ୍ତାକୁ ଅବରୋଧ କରାଯାଇଥିଲା । ଦୀର୍ଘ 6 ଘଣ୍ଟାର ଉତ୍ପାତ ପରେ ହାତୀଟିକୁ ଝାଡଖଣ୍ଡର ଦୁବୁଲାବେଡା ଅଞ୍ଚଳକୁ ଘଉଡାଇ ଦିଆଯାଇଥିବାବେଳେ କ୍ଷୟକ୍ଷତିର ଆକଳନ କରାଯାଇ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛି ବନ ବିଭାଗ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Aug 27, 2020, 7:48 PM IST

ABOUT THE AUTHOR

...view details