ଓଡିଶା

odisha

ETV Bharat / state

ବସ ଧକ୍କାରେ ସାଇକେଲ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବସ ଧକ୍କାରେ ଜଣେ ସାଇକେଲ ଆରୋହୀ ମୃତ । କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ସ୍ଥାନୀୟଲୋକେ ।

By

Published : Aug 11, 2019, 2:41 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ବେତନଟୀ ଥାନା ଜାତୀୟ ରାଜପଥ ରାଗଧା ଛକରେ ଦୁର୍ଘଟଣା । ବସ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସୁରେଇଡିହି ଗାଁର ବନମାଳୀ ମହାନ୍ତ । ସେପଟେ କ୍ଷତିପୂରଣ ଲାଗି ରାଜରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟଲୋକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନାଯୋଗ୍ୟ, ବନମାଳୀ ଏକ କାମରେ ରାଗଧା ଯାଉଥିବାବେଳେ ଏକ ବସ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦାବି କରିବା ସହ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉଭୟ ପଟୁ ଗାଡି ଚଳାଚଳ ଠପ ହୋଇପଡିଛି ।

ଏହା ପରେ ଘଟଣାସ୍ଥଳେ ବେତନଟୀ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details