ଓଡିଶା

odisha

By

Published : Oct 8, 2020, 9:12 PM IST

ETV Bharat / state

ଅଟୋ ଦୁର୍ଘଟଣାରେ ଜଣେ ମୃତ, ତିନି ଆହତ

ମୟୂରଭଞ୍ଜ ଜିଲ୍ଲା ୧୮ ନମ୍ବର ଜାତୀୟ ରାଜପଥ କୁଳିଅଣା ଥାନା ସୌରୀ ଛକ ନିକଟରେ ଅଟୋ ଦୁର୍ଘଟଣା । ଘଟଣାସ୍ଥଳରେ ଜଣେ ମୃତ, ତିନି ଆହତ । ଅଧିକ ପଢନ୍ତୁ...

ଅଟୋ ଦୁର୍ଘଟଣାରେ ଜଣେ ମୃତ, ତିନି ଆହତ
ଅଟୋ ଦୁର୍ଘଟଣାରେ ଜଣେ ମୃତ, ତିନି ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ 18 ନମ୍ବର ଜାତୀୟ ରାଜପଥ ସୌରୀ ଛକ ନିକଟରେ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ ଅନ୍ୟ ତିନି ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଅଟୋ ଦୁର୍ଘଟଣାରେ ଜଣେ ମୃତ, ତିନି ଆହତ

ସୂଚନାଅନୁଯାୟୀ ଯାତ୍ରୀବାହୀ ଅଟୋଟି 4 ଯାତ୍ରୀଙ୍କୁ ନେଇ ଝାରପୋଖରିଆ ଅଞ୍ଚଳକୁ ଯାଉଥିବା ବେଳେ, ହଠାତ ଏକ ଛେଳି ସାମ୍ନାକୁ ଆସିଯିବାରୁ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା ।

ଚାରି ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଝାରପୋଖରୀଆ ଥାନା ଅଞ୍ଚଳର ବୃଦ୍ଧ ସୋମା ସରେନ । ଅନ୍ୟ ତିନି ଆହତଙ୍କୁ କୁଳିଅଣା ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କୁଳିଅଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details