ବାରିପଦା: ଜଙ୍ଗଲରେ ବାରହା ଶିକାର ପାଇଁ ଖଞ୍ଜି ଥିଲେ ବାଣ, ହେଲେ ସେହି ବାଣ ଫୁଟି ଜଣେ ଶିକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଜଟିଆଷୋଳ ଗାଁରେ।
ଜଙ୍ଗଲରେ ଫୁଟିଲା ବାଣ: ଶିକାରୀ ମୃତ, ଜଣେ ଗୁରୁତର - one dead in cracker blast in mayurbhanja
ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଜଟିଆଷୋଳ ଗାଁରେ ବାଣ ଫୁଟି ଜଣେ ଶିକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି ।
ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ
ସୂଚନାନୁଯାୟୀ, ଜଟିଆଷୋଳ ଗାଁର ଦାସ ଟୁଡୁ ଏବଂ ଯଦୁନାଥ ମୁର୍ମୁ ଗାଁ ନିକଟ ଜଙ୍ଗଲରେ ବାରହା ଶିକାର ପାଇଁ ବାଣ ଖଞ୍ଜିଥିଲେ । ତେବେ ହଠାତ୍ ବାଣଟି ଫୁଟିଯିବାରୁ ଦାସ ଟୁଡୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଘଟଣାରେ ଯଦୁନାଥ ମୁର୍ମୁ ଗୁରୁତର ହୋଇ ଏବେ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ଝାରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ