ଓଡିଶା

odisha

ETV Bharat / state

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ - ସଡ଼କ ଦୁର୍ଘଟଣା

ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ସଡ଼କ ଦୁର୍ଘଟଣା । ଠାକୁରମୁଣ୍ଡା ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ଏକ ନିରୀହ ଜୀବନ ଚାଲି ଯାଇଛି । ଅଧିକ ପଢନ୍ତୁ

ମୟୂରଭଞ୍ଜରେ ବଢୁଛି ସଡ଼କ ଦୁର୍ଘଟଣା
ମୟୂରଭଞ୍ଜରେ ବଢୁଛି ସଡ଼କ ଦୁର୍ଘଟଣା

By ETV Bharat Odisha Team

Published : Aug 30, 2023, 11:03 PM IST

ମୟୂରଭଞ୍ଜ: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ସଡ଼କ ଦୁର୍ଘଟଣା । କିଛି ଅସାମାଜିକ ଲୋକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ସାଧାରଣ ଲୋକ ଦୁର୍ଘଟଣା ଶିକାର ହେଉଛନ୍ତି । ଅଧିକାଂଶ ସମୟରେ ଏହି ଦୁର୍ଘଟଣାରେ ଧନଜୀବନ ହାନି ହେଉଥିବାର ଖବର ମଧ୍ୟ ସାମ୍ନାକୁ ଆସୁଛି । ତେବେ ପୁଣି ଥରେ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଅଞ୍ଚଳରେ ସଡ଼କ ଦୁର୍ଘଟଣା ଘଟି ଏକ ନିରୀହ ଜୀବନ ଚାଲି ଯାଇଛି ।

ସୂଚନାଯୋଗ୍ୟ ଗଠାକୁରମୁଣ୍ଡା ଥାନା ଅନ୍ତର୍ଗତ କରଞ୍ଜିଆ ଏବଂ କେନ୍ଦୁଜିଆଣି ମଧ୍ୟରେ ଗୋଟିଏ ଟାଟା ମ୍ୟାଜିକ ଗାଡ଼ି ଓ ଗୋଟିଏ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ବାଇକ ଚାଳକ ଜଣକ ଦୁର୍ଘଟଣା ଶିକାର ହୋଇ ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିଲେ । ଏହି ଦୁର୍ଘଟଣା ଠାକୁରମୁଣ୍ଡାର ସୁନାରିପୋଷି ଗ୍ରାମ ନିକଟରେ ଘଟିଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବାଇକ ଚାଳକଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କେନ୍ଦୁଝର ଜିଲ୍ଲାର ଘଷିପୁରା ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ଜୁଡ଼ାମ୍ବ ଘାଟିରେ ଦୁର୍ଘଟଣା: ୭ ଶ୍ରମିକ ଗୁରୁତର, ୨୦ ଆହତ

ମୃତକ ବାଇକ ଚାଳକ ଜଣକ ହେଉଛନ୍ତି ଠାକୁରମୁଣ୍ଡା ନିକଟ ହାଣ୍ଡିଫୁଟା ଗ୍ରାମର ନନ୍ଦକିଶୋର ବଂଶୁଳିଆ । କରଞ୍ଜିଆ ପଟୁ ବାଇକ ଯୋଗେ ନନ୍ଦକିଶୋର ଠାକୁରମୁଣ୍ଡା ଫେରୁଥିବା ବେଳେ ଦିନ ପ୍ରାୟ ୨ ଟା ସମୟରେ ବିପରୀତ ଦିଗରୁ କରଞ୍ଜିଆ ପଟକୁ ଯାଉଥିବା ଏକ ଟାଟା ମେଜିକ ଗାଡି ନନ୍ଦକିଶୋରଙ୍କୁ ଧକ୍କା ଦେଇଥିଲା । ଏ ସମ୍ପର୍କରେ ଖବର ପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥଲା ତଦନ୍ତ ଆରମ୍ଭ କରିଛି । ଏହା ସହ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରିଥିବା ସୂଚନା ମିଳିଛି ।

ଅନୁରୂପ ଭାବରେ ପୂର୍ବରୁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏଠାରେ କାର୍ ସହିତ ବାଇକ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃ୍ତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଥିଲେ । ମୃତ ମହିଳା ଜଣଙ୍କ ପଙ୍କପାଳର ଜହ୍ନାପାଳ ଗ୍ରାମର ବୋଲି ଜଣାପଡିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ କଟକ ପାରାଦୀପ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ।

ଇଟିଭି ଭାରତ,ମୟୂରଭଞ୍ଜ

ABOUT THE AUTHOR

...view details