ଓଡିଶା

odisha

ETV Bharat / state

ବୟସ 80ରୁ ଊର୍ଦ୍ଧ୍ବ, ଭତ୍ତା ତାଲିକାରେ ଅଯୋଗ୍ୟ ବୃଦ୍ଧ - ମୟୁରଭଞ୍ଜର ଖବର

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଖଡିଆ ସମ୍ପଦ୍ରାୟର ଆଦିମ ଅଧିବାସୀ । ବୟସ ହେଲାଣି 80 ବର୍ଷ ପରେ ମାତ୍ର ସରକାରୀ କାଗଜ କଲମରେ ବୟସ ହୋଇନଥିବା ଅଭିଯୋଗ.. ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା ।

oldage pension issue in mayurbhanj
ବୟସ 80ରୁ ଉର୍ଦ୍ଧ୍ବ, ମାତ୍ର ମିଳୁନି ବାର୍ଦ୍ଧକ୍ୟ ଭତ୍ତା

By

Published : Dec 5, 2019, 11:20 PM IST

Updated : Dec 5, 2019, 11:28 PM IST

ବାରିପଦା: ବୟସ 80ରୁ ଉର୍ଦ୍ଧ୍ବ, ଚାଲିବାକୁ ସକ୍ଷମ ନୁହେଁ କିନ୍ତୁ ସରକାରଙ୍କ ନିୟମାନୁସାରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯୋଗ୍ୟ ନୁହେଁ । କେବଳ ଜଣେ କି ଦୁଇ ଜଣ ନୁହେଁ... ଏପରି ଅନେକଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା । ଆମେ କହୁଛୁ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଦୁର୍ଗାପୁର ଗ୍ରାମପଞ୍ଚାୟତ ଭାଲୁକଚୁଆ ଗାଁ ଖଡିଆସାହିର କଥା । ଏଠି ଭତ୍ତା ପାଇବାରୁ ବଞ୍ଚିତ ଅନେକ ବୃଦ୍ଧବୃଦ୍ଧା ।

ବୟସ 80ରୁ ଉର୍ଦ୍ଧ୍ବ, ମାତ୍ର ମିଳୁନି ବାର୍ଦ୍ଧକ୍ୟ ଭତ୍ତା
ଭାଲୁକଚୁଆ ଗାଁର ଆଦିମ ଜନଜାତି ଖଡ଼ିଆ ସମ୍ପ୍ରଦାୟର ଲୋକେ ପର ଘରେ ମୂଲ ଲାଗି ପେଟ ପୋଷନ୍ତି । ଏହି ଗ୍ରାମର ଅଧିକାଂଶ ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ସରକାରୀ ସହାୟତାରୁ ମାଇଲ ମାଇଲ ଦୂରରେ । ନିର୍ବାଚନ ସମୟରେ ୱାର୍ଡମେମ୍ବର ଭତ୍ତା କରାଇଦେବୁ କହି ନିଜ ବାଟରେ ଚାଲିଗଲେ । ଆଉ ଏବେବି ଭତ୍ତା ମିଳିବା ଆଶାରେ ଗାଁର ବୃଦ୍ଧବୃଦ୍ଧା । ଏ ସମ୍ପର୍କରେ ଅବଗତ ହେବା ପରେ ଆମ ପ୍ରତିନିଧି ପହଞ୍ଚିଥିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖରେ । ଅଧିକାରୀ ସମସ୍ତ ବିଷୟ ଶୁଣିବା ପରେ ଖୁବଶୀଘ୍ର ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Dec 5, 2019, 11:28 PM IST

ABOUT THE AUTHOR

...view details