ଓଡିଶା

odisha

ETV Bharat / state

ପୋଲ ତଳେ ଜୀବନ: ପର କଲା ପରିବାର, ଭୁଲିଗଲେ ସରକାର - ପୋଲ ତଳେ ଜୀବନ

ଅସହାୟ ବୃଦ୍ଧଙ୍କ ଜୀବନ ବିତୁଛି ସୁବର୍ଣ୍ଣରେଖା କେନାଲର ବ୍ରିଜ ତଳେ। ମୟୁରଭଞ୍ଜ ଜିଲ୍ଲା ମରୋଡା ବ୍ଲକ ହଳଦୀପାଳ ଗ୍ରାମପଞ୍ଚାୟତ ସମାଇଡ଼ିହି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଅଧିକ ପଢନ୍ତୁ...

ପୋଲ ତଳେ ଜୀବନ: ପର କଲା ପରିବାର, ଭୁଲିଗଲେ ସରକାର
ପୋଲ ତଳେ ଜୀବନ: ପର କଲା ପରିବାର, ଭୁଲିଗଲେ ସରକାର

By

Published : Jun 16, 2020, 8:53 PM IST

ବାରିପଦା: ପର କଲେ ଜନ୍ମ କଲା ପୁଅ, ଝିଅ । ବୃଦ୍ଧ ବୟସରେ ଘର ପରିବାର ପୁଅ, ଝିଅ, ସ୍ତ୍ରୀ ସମସ୍ତେ ଥାଇବି ସୁବର୍ଣ୍ଣରେଖା କେନାଲର ବ୍ରିଜ ତଳେ ବିତୁଛି ଅସହାୟ ବୃଦ୍ଧଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ମୋରୋଡା ବ୍ଲକ ହଳଦୀପାଳ ଗ୍ରାମପଞ୍ଚାୟତ ସମାଇଡ଼ିହି ଗାଁର ବୃଦ୍ଧ ଭୁଗୁଲୁ ମାର୍ଣ୍ଡି। ଭୁଗୁଲୁ ମାର୍ଣ୍ଡିଙ୍କ ତିନି ପୁଅ, ଦୁଇ ଝିଅ ସହ ସ୍ତ୍ରୀ ଥାଇ ବି ବୃଦ୍ଧ ଜଣଙ୍କ ଅସହାୟ ଅବସ୍ଥାରେ ନିଜ ଗାଁ ପାଖ କେନାଲର ବ୍ରିଜ ତଳେ ରହୁଛନ୍ତି। ପଚାରୁ ନାହାନ୍ତି ଜନ୍ମ କଲା ପୁଅ ଝିଅ । ବାତ୍ୟା ଅମ୍ପାନ ସମୟରେ ବୃଦ୍ଧ ଜଣଙ୍କ ଘର ଭାଙ୍ଗିଯାଇଛି । ହେଲେ ଘରଭଙ୍ଗାକୁ ନେଇ ପୁଅଙ୍କ ସହ ଝଗଡା ହେବା ପରେ ଘରୁ ବାହାର କରିଦେଇଛନ୍ତି ପୁଅମାନେ ଯାହାଫଳରେ କେନାଲ ବ୍ରିଜ ତଳେ ବୃଦ୍ଧ ଜଣଙ୍କ ରହୁଥିବା ବେଳେ ନିଜେ ରୋଷେଇ କରି ଖାଉଛନ୍ତି ।

ପୋଲ ତଳେ ଜୀବନ: ପର କଲା ପରିବାର, ଭୁଲିଗଲେ ସରକାର


ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୌଣସି ବି ଯୋଜନାରେ ଘରଟିଏ ମିଳିନାହିଁ ଆଦିବାସୀ ସମ୍ପ୍ରଦାୟର ଭୁଗୁଲୁ ମାର୍ଣ୍ଡିଙ୍କୁ। ବାତ୍ୟା ଅମ୍ପାନରେ ଘର ଭାଙ୍ଗିଯାଇଛି ଅନ୍ୟପଟେ ପୁଅମାନଙ୍କ ଅତ୍ୟାଚାର ସହି ନପାରି ସୁବର୍ଣ୍ଣରେଖା କେନାଲର ବ୍ରିଜ ତଳେ ରହୁଛନ୍ତି ବୋଲି କହିଛନ୍ତି ବୃଦ୍ଧଙ୍କ ସାନଭାଇ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details