ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଘୁଳୁଘୁଳିଆ ଗ୍ରାମ ବିଦିରିସାହି ନିକଟସ୍ଥ ଦଣ୍ଡାହୁଡ଼ିର ପଥରଖୋଲ ଭିତରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ । ଏହି ଘଟଣାରେ ପୋଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନାନୁସାରେ ଗତ ୨୦୨୧ ମସିହା ଫେବୃଆରୀ ମାସ ୫ ତାରିଖ ଦିନ ଜଣେ ବୃଦ୍ଧଙ୍କ ଗଳିତ ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା । ଶେଷରେ ଘଟଣାର ପର୍ଦ୍ଦାଫାସ କରି ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ ।
ଦୀର୍ଘ 19 ମାସ ପରେ ଗତ ମଙ୍ଗଳବାର ଏହି ଘଟଣାରେ ପୋଲିସ ୫ଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ୫ଜଣ ଅଭିଯୁକ୍ତ ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପିଟି ନିର୍ମମ ହତ୍ୟା କରି ପଥର ଖୋଲରେ ପକାଇ ଦେଇଥିବା ନେଇ ମହୁଲଡ଼ିହା ଥାନା ଆଇଆଇସି ସଞ୍ଜୀବ କୁମାର ପରିଡା ସୂଚନା ଦେଇଛନ୍ତି ।
ଗିରଫ ୫ ଜଣ ଅଭିଯୁକ୍ତ ହେଲେ ଘୁଳୁଘୁଳିଆ ଗ୍ରାମର ସାଲୁକା ହାଇବରୁ, ଶ୍ୟାମସୁନ୍ଦର ହାଇବରୁ, ଚକ୍ରଧର ହାଇବୁରୁ, ମାର୍କଣ୍ଡ ହାଇବୁରୁ , ମରତମ ହାଇବୁରୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ମୃତ ବୃଦ୍ଧଙ୍କ ନାତି ବନ ହାଇବୁରୁ ଗତ ୨୦୨୧ ଜାନୁଆରୀ ମାସ ୨୫ ତାରିଖ ଦିନ ଜେଜେବାପାଙ୍କ ନିଖୋଜ ନେଇ ମହୁଲଡ଼ିହା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।