ଓଡିଶା

odisha

By

Published : Jul 3, 2022, 3:07 PM IST

ETV Bharat / state

ନଦୀ ସ୍ରୋତରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ

ମାଛ ଧରୁଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ବୃଦ୍ଧଙ୍କର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଗୁଣ୍ଡୁରୁଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଧିକ ପଢ଼ନ୍ତୁ

ନଦୀ ସ୍ରୋତରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
ମାଛ ଧରୁଥିବା ପ୍ରଖର ସ୍ରୋତରେ ଭାସି ବୃଦ୍ଧଙ୍କ ମୃତ୍ୟୁ

ରାଇରଙ୍ଗପୁର: ମାଛ ଧରିବା କାଳ ହେଲା । ନଦୀରେ ମାଛ ଧରୁଥିବା ବେଳେ ଘଟିଛି ଅଘଟଣ । ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଗୁଣ୍ଡୁରୁଆ ଗାଁର ଗାନେ ବାସ୍କେ ।

ମାଛ ଧରୁଥିବା ପ୍ରଖର ସ୍ରୋତରେ ଭାସି ବୃଦ୍ଧଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ଗୁଣ୍ଡୁରିଆ ଗାଁର ଗାନେ ବାସ୍କେ ଆଜି (ରବିବାର) ସକାଳ ୭ଟା ସମୟରେ ଗୁରିଆ ନଦୀରେ ମାଛ ଧରୁଥିଲେ । ତଳ ମୁଣ୍ଡରେ ମାଛ ଧରୁଥିବା ବେଳେ ଅସାବଧାନତା ଯୋଗୁଁ ପ୍ରବଳ ସ୍ରୋତରେ ଭାସି ଯାଇଥିଲେ । ଖବର ପାଇ ଗ୍ରାମବାସୀ ରାଇରଙ୍ଗପୁର ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ୩ ଘଣ୍ଟା ଧରି ଖୋଜାଖୋଜି କରିଥିଲେ । ନଦୀର ପ୍ରାୟ 1 କିମି ଦୂରରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଇଟିଭି ଭାରତ, ରାଇରଙ୍ଗପୁର

For All Latest Updates

TAGGED:

ABOUT THE AUTHOR

...view details