ଓଡିଶା

odisha

ETV Bharat / state

ଶୋଇଥିଲେ ବୃଦ୍ଧା, ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ

ବୃଦ୍ଧାକୁ ପଥର ଛେଚି ବିଭତ୍ସ ହତ୍ୟା । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ପୋଡାଗୋଡ଼ ଗ୍ରାମରେ । ଅଧିକ ପଢନ୍ତୁ

By

Published : Jun 18, 2022, 12:48 PM IST

Murder in Mayurbhanj: ବୃଦ୍ଧାକୁ ପଖର ଛେଚି ବିଭତ୍ସ ହତ୍ୟା
Murder in Mayurbhanj: ବୃଦ୍ଧାକୁ ପଖର ଛେଚି ବିଭତ୍ସ ହତ୍ୟା

ରାଇରଙ୍ଗପୁର: ବୃଦ୍ଧାକୁ ପଥର ଛେଚି ବିଭତ୍ସ ହତ୍ୟା । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ପୋଡାଗୋଡ଼ ଗ୍ରାମରେ । ମୃତ ବୃଦ୍ଧା ଜଣକ ହେଲେ ପୋଡାଗୋଡ଼ ଗ୍ରାମର ଚମ୍ପା ହେମ୍ରମ(୭୫)।

Murder in Mayurbhanj: ବୃଦ୍ଧାକୁ ପଖର ଛେଚି ବିଭତ୍ସ ହତ୍ୟା

ସୂଚନାଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଖାଇସାରି ଶୋଇଥିବା ବେଳେ କେହି ଦୁର୍ବୃତ୍ତ ପଥର ଛେଚି ହତ୍ୟା କରିଛି । ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ସନ୍ଦେହ କରୁଛି ପୋଲିସ । ଖବରପାଇ ଯଶିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ସାଇଣ୍ଟିଫିକ ଟିମ୍ ଅଧିକ ତଦନ୍ତ କରିଥିବା ବେଳେ ପୋଲିସ ମୃତଦେହକୁ ଉଦ୍ଧାରକରି ମୃତଦେହ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇଥିବା ସୂଚନା ରହିଛି ।

ଇଟିଭି ଭାରତ,ରାଇରଙ୍ଗପୁର

ABOUT THE AUTHOR

...view details