ରାଇରଙ୍ଗପୁର: ଲକଡାଉନକୁ ଦୃଷ୍ଟିରେ ରଖି ଓଡ଼ିଶା-ଝାଡ଼ଖଣ୍ଡ ସୀମା ସିଲ କଲା ପ୍ରଶାସନ । ରାଜ୍ୟ ସରକାର କୋରୋନା ଭୟାବହତାକୁ ଦେଖି 14ଦିନ ଲକଡାଉନ ଘୋଷଣା କରିଛନ୍ତି ।
ମୟୂରଭଞ୍ଜ ଜିଲ୍ଲା ବହଳଦା ତହସିଲଦାର ପରମାନନ୍ଦ ଖଣ୍ଡେଇ ଓ ବ୍ଲକ ବିଡିଓ ହେମନ୍ତ କୁମାର ନାୟକ, ଝରାଡିହି ସରପଞ୍ଚ ମହେନ୍ଦ୍ର ସର୍ଦ୍ଦାର, ପୂର୍ବତନ ବିଧାୟକ ଲକ୍ଷ୍ମଣ ସୋରେନଙ୍କ ଉପସ୍ଥିତିରେ ଝରାଡିହି ଫାଣ୍ଡି ଅଧିକାରୀ ଦୁଃଖବନ୍ଧୁ ନାୟକ' ପୋଲିସ୍ କର୍ମଚାରୀ ତଥା ସ୍ଥାନୀୟ ଲୋକଙ୍କ ସହଯୋଗରେ ଓଡ଼ିଶା-ଝାରଖଣ୍ଡ ସୀମା ଲାଇଲମ ଘାଟୀ ଓ ନନ୍ଦାବସା ନିକଟସ୍ଥ ବାମନଝାରୀ ଘାଟୀ ରାସ୍ତାକୁ ଗଛ ଡାଳ ଓ ପଥର ଦେଇ ସିଲ୍ କରିଛନ୍ତି । ତେବେ 5 ତାରିଖ ଠାରୁ ଲକଡାଉନ ଲାଗୁ ହେଉଥିବା ବେଳେ ୪ ତାରିଖ ଦିନ ସୀମାନ୍ତ ରାସ୍ତା ସିଲ୍ କରାଯାଇଥିଲା । ହେଲେ ରାତିବେଳେ କେହି ଗଛ ଡାଳ ତଥା ପଥର ହଟାଇ ରାସ୍ତା ଖୋଲା ଯାଇଥିବା ସୂଚନା ମିଳିଛି ।