ଓଡିଶା

odisha

ETV Bharat / state

ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ରାଜ୍ୟପାଳ - ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ

ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ରାଜ୍ୟପାଳ ପ୍ରଫେଶର ଗଣେଣୀ ଲାଲ । ବିଭିନ୍ନ କାର୍ଯ୍ୟକ୍ରମରେ ହେଲେ ସାମିଲ। ଅଧିକ ପଢ଼ନ୍ତୁ

odisha governor ganeshi lal visit to mayurbhanj
ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ରାଜ୍ୟପାଳ

By

Published : Oct 17, 2022, 8:46 AM IST

ବାରିପଦା: ୨ଦିନିଆ ମୟୂରଭଞ୍ଜ ଜିଲ୍ଲା ଗ୍ରସ୍ତରେ ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ । ରାଜଭବନରୁ କାର ଯୋଗେ ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଥିଲେ ରାଜ୍ୟପାଳ । ଗସ୍ତ ସମୟରେ କପ୍ତିପଦା ଉପଖଣ୍ଡର ଶାଳଚୁଆ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହାପରେ ଶ୍ୟାମାଖୁଣ୍ଟ ବ୍ଲକର ଗୁଣ୍ଡିହୁଡି ଠାରେ ଥିବା ଶ୍ରୀ ରାଧାକୃଷ୍ଣ ଗୋସେବା ସମିତିର ଏକ ନୂତନ ଗୋଶାଳା ଗୃହ ଉଦଘାଟନ କରିଛନ୍ତି ରାଜ୍ୟପାଳ ।

ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ରାଜ୍ୟପାଳ

ଏହି ଅବସରରେ ସମାଜରେ ଗାଈର ମହତ୍ତ୍ୱକୁ ବ୍ୟାଖ୍ୟା କରି ରାଜ୍ୟପାଳ କହିଛନ୍ତି," ଗାଈକୁ ଯିଏ ପଶୁ ଭାବନ୍ତି ସେ ନିଜେ ଜଣେ ପଶୁ ତୁଲ୍ୟ । ଭାରତର ଅର୍ଥନୀତି କୃଷକ ଓ ଗୋପାଳକଙ୍କ ଉପରେ ନିର୍ଭର କରେ।" ଏହାପରେ ସନ୍ଧ୍ୟାରେ ମୋରଡା ବ୍ଲକ ଅନ୍ତର୍ଗତ ଗଡିଆ ଠାରେ ଥିବା ଚିନ୍ତାମଣି ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ରାଜ୍ୟପାଳ ଯୋଗ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ମୟୂରଭଞ୍ଜ ଜିଲ୍ଲାକୁ ରାଜ୍ୟ ମାନ୍ୟତା ଦାବିରେ ଆଦିବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

କାର୍ଯ୍ୟକ୍ରମ ସାରି ସନ୍ଧ୍ୟା ୭.୨୫ ମିନିଟ ସମୟରେ ବାରିପଦା ସର୍କିଟ ହାଉସରେ ରାତ୍ରିଯାପନ କରି ପରଦିନ ଅର୍ଥାତ ଆଜି (ସୋମବାର) ସକାଳ ୮ଟା ସମୟରେ ବାହାରି ମୟୂରଭଞ୍ଜ ଜିଲ୍ଲାର ବିଶୋଇ, ଯଶିପୁର ଦେଇ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details