ଓଡିଶା

odisha

By

Published : Aug 11, 2022, 5:48 PM IST

Updated : Aug 11, 2022, 5:54 PM IST

ETV Bharat / state

ମୟୂରଭଞ୍ଜରେ ଦେଓ ପ୍ରକଳ୍ପ ଲୋକାର୍ପିତ କରିବେ ନବୀନ, ଭିତ୍ତିପ୍ରସ୍ତର ରଖିଥିଲେ ବିଜୁବାବୁ

ଆସନ୍ତାକାଲି ଲୋକାର୍ପଣ ହେବ ଦେଓ ବହୁମୁଖୀ ଜଳସେଚନ ପ୍ରକଳ୍ପ । ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଆସନ୍ତାକାଲି ନବୀନଙ୍କ ମୟୂରଭଞ୍ଜ ଗସ୍ତ,ଲୋକାର୍ପିତ ହେବ ଦେଓ ପ୍ରକଳ୍ପ
ଆସନ୍ତାକାଲି ନବୀନଙ୍କ ମୟୂରଭଞ୍ଜ ଗସ୍ତ,ଲୋକାର୍ପିତ ହେବ ଦେଓ ପ୍ରକଳ୍ପ

ରାଇରଙ୍ଗପୁର: ଆସନ୍ତାକାଲି(ଶୁକ୍ରବାର) ଲୋକାର୍ପିତ ହେବ ଦେଓ ପ୍ରକଳ୍ପ(Deo Irrigation Project) । ବିଜୁବାବୁଙ୍କ ସପ୍ନକୁ ସାକାର କରିବାକୁ ଯାଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର ଦେଓ ପ୍ରକଳ୍ପକୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ମୟୂରଭଞ୍ଜ ଜିଲ୍ଲା ବିଭିନ୍ନ କ୍ଷେତ୍ରରେ ପଛୁଆ ଜିଲ୍ଲା ଭାବରେ ପରିଚିତ ଥିଲା । ତେବେ ଜିଲ୍ଲାର ଅର୍ଥନୀତିକୁ ସୁଦୃଢ କରିବାରକୁ ବିଜୁ ପଟ୍ଟନାୟକ କରଞ୍ଜିଆ ବ୍ଳକର ହାତୀବାରି ଗାଁରେ ଦେଓ ପ୍ରକଳ୍ପ ପାଇଁ ଯୋଜନା ଆରମ୍ଭ କରିଥିଲେ ।

ଆସନ୍ତାକାଲି ନବୀନଙ୍କ ମୟୂରଭଞ୍ଜ ଗସ୍ତ,ଲୋକାର୍ପିତ ହେବ ଦେଓ ପ୍ରକଳ୍ପ

ଏହି ପ୍ରକଳ୍ପ ଦ୍ବାରା ଶିମିଳିପାଳ ଅଭୟାରଣ୍ୟରୁ ବାହାରିଥିବା ଦେଓ ନଦୀ ଉପରେ ଦୁଇ ପାହାଡ଼କୁ ବନ୍ଧ ବାନ୍ଧିବା ପାଇଁ ପରିକଳ୍ପନା କରାଯାଇଥିଲା । ତତ୍କାଳୀନ ଓଡିଶା ମୁଖ୍ୟମନ୍ତ୍ରୀ ବର୍ଷ ୧୯୯୩ ଏପ୍ରିଲ ୨୮ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେତେବେଳେ ଏହି ପ୍ରକଳ୍ପର ମୂଲ୍ୟ ୫୨ କୋଟି ଟଙ୍କା ଥିଲା । ୧୨୮୦ ମିଟର ଦୈର୍ଘ୍ୟ ବିଶିଷ୍ଟ ବନ୍ଧ ଥିବା ଏ ପ୍ରକଳ୍ପଟିକୁ ସମ୍ପୂର୍ଣ କରାଯିବା ପାଇଁ ୨୦୧୮ ମସିହା ମୂଲ୍ୟସୂଚୀ ଅନୁଯାୟୀ, ୯୪୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ବର୍ତ୍ତମାନ ସୁଧା ୮୨୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ମିଳିଛି ।

ଏହି ନଦୀବନ୍ଧର ବାମପାର୍ଶ୍ଵ ମୁଖ୍ୟ କେନାଲର ଦୈର୍ଘ୍ୟ ୨୫.୨୦ କିମି ଏବଂ ଦକ୍ଷିଣପାର୍ଶ୍ଵ ମୁଖ୍ୟ କେନାଲର ଦର୍ଘ୍ୟ ୩୨.୬୯ କିମି ଦ୍ଵାରା ୯୯୦୦ ହେକ୍ଟର ଜମି ଜଳସେଚିତ ହେବ । ଏହାସହିତ ୧୦୦ଟି ଗାଁର ( ୨୦୧୧ ଜନଗଣନା ଅନୁଯାୟୀ ) ମୋଟ ୧,୭୮,୫୧୭ ଲୋକ ଉପକୃତ ହେବେ । ଏହି ପ୍ରକଳ୍ପଟିକୁ ସମ୍ପୂର୍ଣ୍ଣ କରାଯାଇ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ଶୁକୃଳି ବ୍ଲକର ୭୫ ଟି ଗାଁର ୬୬୭୭ ହେକ୍ଟର ଓ କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଲକର ୨୫ ଟି ଗାଁର ୩୨୨୩ ହେକ୍ଟର ଚାଷ ଉପଯୋଗୀ ଜମିକୁ ଜଳସେଚିତ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ସେଥିମଧ୍ୟରୁ ୨୦୨୧ ଖରିଫ ଋତୁଠାରୁ କରଞ୍ଜିଆ ବ୍ଲକର ୩୫୦୦ ହେକ୍ଟର ଜମିକୁ ପରୀକ୍ଷା ମୂଳକ ଭାବେ ଜଳସେଚନ କରାଯାଉଛି । ଚଳିତ ଖରିଫ ଋତୁରେ ଅତିରିକ୍ତ ୪୦୦୦ ହେକ୍ଟର ଚାଷ ଉପଯୋଗୀ ଜମିକୁ ପ୍ରଥମ ଥର ପରୀକ୍ଷା ମୂଳକ ଭାବେ ଜଳସେଚିତ କରାଯାଇ କୃଷକ ମାନଙ୍କର ବିକାଶ ଧାରାକୁ ତ୍ଵରାନ୍ନିତ କରାଯିବ ବୋଲି ଯୋଜନା ରହିଛି ।

ମୋଟ ୫ଟି ଆଂଶିକ ବୁଡି ଓ ୪ଟି ସମ୍ପୂର୍ଣ ବୁଡି ଗାଁର ୯୪୮ ବିସ୍ଥାପିତ ପରିବାରକୁ ୮ ଟି ବିସ୍ଥାପିତ କଲୋନୀ ଓ ଅନ୍ୟତ୍ର ଥଇଥାନ କରାଯାଇଛି । ଆସନ୍ତାକାଲି(ଶୁକ୍ରବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରଞ୍ଜିଆର ହାତିବାରି ଆସି ଦେଓ ପ୍ରକଳ୍ପକୁ ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଫଳରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାପାଳ, ଏସପି. ବିଭିନ୍ନ ବର୍ଗର ସରକାରୀ ଅଧିକାରୀ ଅଞ୍ଚଳ ପରିଦର୍ଶନ କରି ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ।

ଇଟିଭି ଭାରତ,ରାଇରଙ୍ଗପୁର

Last Updated : Aug 11, 2022, 5:54 PM IST

ABOUT THE AUTHOR

...view details