ଓଡିଶା

odisha

ETV Bharat / state

ଚାକିରି ହରାଇଥିବା ବ୍ୟାଙ୍କ ମିତ୍ରଙ୍କୁ ପୁନଃ ନିଯୁକ୍ତି ଦାବି - ବ୍ୟାଙ୍କମିତ୍ରଙ୍କୁ ଚାକିରିରୁ ବହିଷ୍କାର

ବ୍ୟାଙ୍କମିତ୍ରଙ୍କୁ ଚାକିରିରୁ ବହିଷ୍କାର କରିବାର ନେଇ ଗର୍ଜିଲେ ଓଡିଶା ବ୍ୟାଙ୍କ ମିତ୍ର ସଂଘ । ପୁନଃ କାର୍ଯ୍ୟ ନିଯୁକ୍ତି ଦେବାକୁ ଦାବି । ଅଧିକ ପଢ଼ନ୍ତୁ

Odisha Bank Mitra Association
Odisha Bank Mitra Association

By ETV Bharat Odisha Team

Published : Oct 1, 2023, 10:22 AM IST

Odisha Bank Mitra Association

ବାରିପଦା/ରାଇରଙ୍ଗପୁର: ଚାକିରି ହରାଇଥିବା ବ୍ୟାଙ୍କମିତ୍ରଙ୍କୁ ପୁନଃ କାର୍ଯ୍ୟ ନିଯୁକ୍ତି ଦେବାକୁ ଦାବି । ବାରିପଦାଠାରେ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ଦାବିପତ୍ର ପ୍ରଦାନ କଲେ ଓଡିଶା ବ୍ୟାଙ୍କ ମିତ୍ର ସଂଘ । ନିଲମ୍ବିତ କର୍ମଚାରୀ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟରତ ଭାରତୀ ସିଂ । ତାଙ୍କୁ ଚଳିତ ମାସ ୧୫ ତାରିଖରେ କାର୍ଯ୍ୟରୁ ଅବହେଳା ଦର୍ଶାଇ ୩ ମାସ ପାଇଁ ନିଲମ୍ବନ କରାଯାଇଛି । ଏହାକୁ ବିରୋଧ କରି ଶନିବାର ଓଡିଶା ବ୍ୟାଙ୍କ ମିତ୍ର ସଂଘ ପକ୍ଷରୁ ଉପ ସଭାପତି ମମତା ଜେନାଙ୍କ ନେତୃତ୍ୱରେ କିଛି ବ୍ୟାଙ୍କ ମିତ୍ରମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କୁ ଭେଟି ଭାରତୀଙ୍କୁ ପୁନଃ କାର୍ଯ୍ୟ ନିଯୁକ୍ତି ଦେବା ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଭାରତୀଙ୍କ ନିଲମ୍ବନ ପତ୍ରରେ ଦର୍ଶାଯାଇଥିବା କାରଣଗୁଡ଼ିକ ଭିତ୍ତିହୀନ ଓ ମିଥ୍ୟା ବୋଲି ରାଜ୍ୟ ସଂଘ ଉପସଭାପତି ଓ ଭାରତୀ ସିଂ କହିଛନ୍ତି। ଘଟଣା ମୁତାବକ ରାଜ୍ୟ ସଂଘ ଡାକରାରେ ଗତ ୧୧ ତାରିଖରେ ଭୁବନେଶ୍ୱର ଲୋଆର ପିଏମଜି ସମ୍ମୁଖରେ ଦରମା ବୃଦ୍ଧି ସହ ଅନ୍ୟାନ୍ୟ ଦାବି ନେଇ ହଜାର ହଜାର ସଂଖ୍ୟାରେ ବ୍ୟାଙ୍କ ମିତ୍ର ମାନଙ୍କ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ବିକ୍ଷୋଭରେ ମୟୂରଭଞ୍ଜ ଜିଲ୍ଲାରୁ ମଧ୍ୟ ବିଭିନ୍ନ ଅଞ୍ଚଳରୁ ବ୍ୟାଙ୍କ ମିତ୍ର ମାନଙ୍କ ସହ ଭାରତୀ ସିଂ ମଧ୍ୟ ଉପସ୍ଥିତ ଥିଲେ। ତେବେ ଉକ୍ତ ବିକ୍ଷୋଭରେ ଭାରତୀ ସିଂ ଗଣମାଧ୍ୟମରେ ଦେଇଥିବା ଏକ ପ୍ରତିକ୍ରିୟା ହିଁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯିବାର କାରଣ ବୋଲି ସେ କହିଛନ୍ତି।

ଏହା ମଧ୍ୟ ପଢନ୍ତୁ-Negligence Bank Mitra employment: ବ୍ଲକ ସମ୍ମୁଖରେ ମହିଳାଙ୍କ ଧାରଣା

ଉକ୍ତ ପ୍ରତିକ୍ରିୟାରେ ସେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ବିଭିନ୍ନ ପ୍ରକାର ସମାଲୋଚନା କରିବା ସହ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ତେଣୁ ସେ ସେଠାରୁ ଫେରିବା ପରେ ଗତ ୧୫ ତାରିଖରେ ଏକ ବୈଠକ ଡକାଯାଇ ତାଙ୍କୁ ୩ ମାସ ନିଲମ୍ବିତ କରାଯାଇଥିବା ନେଇ ନୋଟିସ ଦିଆଯାଇଥିଲା । ଯେଉଁଥିରେ ଭାରତୀ ସିଂ ନିୟମିତ ବ୍ୟାଙ୍କ ନଆସିବା, ସୟଂ ସହାୟିକା ଗୋଷ୍ଠୀ ମାଆମାନଙ୍କୁ ଭଲ ବ୍ୟବହାର ନକରିବା, ମନ ଇଚ୍ଛା ଛୁଟିରେ ରହିଯିବା ଏବଂ ସରକାରଙ୍କ ଯୋଜନାର ଠିକ କାର୍ଯ୍ୟ ନହେବା ଭଳି କାରଣ ଦର୍ଶାଇ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା ।

ତେବେ ଭାରତୀ ସିଂଙ୍କ କହିବା ମୁତାବକ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, ଯଦି ସେ ଏତେସବୁ ଭୁଲ୍‌ କାମ କରୁଥିଲେ ତେବେ ତାଙ୍କୁ ଆଜି ପର୍ଯ୍ୟନ୍ତ କାହିଁକି ଥରେ ହେଲେ ଅବଗତ କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସବୁଠାରୁ ବଡ଼କଥା ହେଉଛି କାର୍ଯ୍ୟରେ ଏତେ ଅବହେଳା କରୁଥିବା ଜଣେ କର୍ମଚାରୀଙ୍କୁ କିପରି ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ମିଶନଶକ୍ତି ପକ୍ଷରୁ ୩ଥର ଓ ଥରେ ଏନଆରଏଲଏମ ପ୍ରୋଗ୍ରାମ ପାଇଁ ପୁରସ୍କୃତ ହୋଇଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି । ତେଣୁ ତୁରନ୍ତ ଏହାକୁ ବିଚାର କରି ଏହାର ସମାଧାନ ଦିଗରେ ଚିନ୍ତା ନକଲେ ଆଗକୁ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବା ପାଇଁ ବାଧ୍ୟ ହେବେ ବୋଲି ରାଜ୍ୟ ସଂଘ ଉପସଭାପତି ମମତା ଜେନା କହିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details