ଓଡିଶା

odisha

ETV Bharat / state

ଦାଦନ ଶ୍ରମିକଙ୍କ ମୃତ୍ୟୁ

ଦାଦନ ଖଟିବାକୁ ଯାଇଥିବା ଓଡ଼ିଆ ଯୁବକଙ୍କ ହରିୟାଣାରେ ମୃତ୍ୟୁ। ଅଧିକ ପଢନ୍ତୁ...

By

Published : Dec 20, 2019, 2:47 PM IST

ହରିୟାଣା ଯମୁନା ନଗରରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ହରିୟାଣା ଯମୁନା ନଗରରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ବାରିପଦା: ସରୁ ନାହିଁ ଦାଦନ ଦୁଃଖ। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଯୁବକଙ୍କ ହରିୟାଣାରେ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଚିତ୍ରଡା ଗ୍ରାମର ମିଥୁନ ଦେହୁରୀ ଆଠ ବର୍ଷ ତଳେ ହରିୟାଣା ଯମୁନା ନଗରରେ ଥିବା ନିଳିଗିରି ପ୍ଲାଇଉଡ଼ ପ୍ରାଇଭେଟ ଲିମିଟେଡ଼ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଓଡିଶାରେ କାମ ନପାଇ ବାହାର ରାଜ୍ୟକୁ କାମଧନ୍ଦା ପାଇଁ ଯାଇଥିଲେ ମିଥୁନ। ଉଦ୍ଦେଶ୍ୟ ଥିଲା ରୋଜଗାର କରି ଘରର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା। ହେଲେ ଗାଁ କୁ ଫେରିଲେ ସତ କିନ୍ତୁ ମୃତକ ହୋଇ।

ହରିୟାଣା ଯମୁନା ନଗରରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗତ ଡିସେମ୍ବର 17 ତାରିଖ ଦିନ ମିଥୁନ ହଠାତ ଅଣନିଶ୍ଵାସୀ ହୋଇ ପ୍ରାଣ ହରାଇଥିଲେ। ଯୁବକଙ୍କ ମୃତ୍ୟୁ ପରେ ଚିତ୍ରଡା ଗାଁରେ ମିଥୁନଙ୍କ ମୃତ ଶରୀର ପହଞ୍ଚିବା ପରେ ପୁରା ଗାଁରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା। ଓଡ଼ିଆ ଯୁବକଙ୍କ ମୃତ୍ୟୁ ପରେ କମ୍ପାନୀ କ୍ଷତିପୂରଣ ଦେଇ ନଥିବାରୁ ଗ୍ରାମବାସୀ ଦୁଃଖ ପ୍ରକାଶ କରିବା ସହ ବାହାର ରାଜ୍ୟକୁ ଦାଦନ ପାଇଁ ନେଇଥିବା ଠିକାଦାର ମଧ୍ୟ ନିଜ ମନମୁଖୀ ଓଡ଼ିଆ ଶ୍ରମିକଙ୍କୁ ନେଇ କାମ କରାଉଛନ୍ତି। ଅନ୍ୟପକ୍ଷରେ ବାହାର ରାଜ୍ୟକୁ ଯାଉଥିବା ଓଡ଼ିଆ ଶ୍ରମିକଙ୍କ ହିସାବ ମଧ୍ୟ ରହୁନାହିଁ ରାଜ୍ୟ ସରକାରଙ୍କ ପାଖରେ। ଯାହାଫଳରେ ଦାଦନ ଖଟିବାକୁ ଯାଉଥିବା ଶ୍ରମିକ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details