ଓଡିଶା

odisha

ETV Bharat / state

2ୟ ଦିନରେ ଉତ୍ତର ଓଡିଶା ବିଶ୍ଵ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପଦଯାତ୍ରା - ଓଟିଇଟି ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ

ବିଶ୍ବ ବିଦ୍ୟାଳୟରୁ ପାସ ହେବା ପରେ ଓଟିଇଟି ଏବଂ ଓଏସଟିଇଟି ଯୋଗ୍ୟତା ପରୀକ୍ଷା ଦେବାରୁ ବଞ୍ଚିତ ହେଉଥିବାରୁ ଉତ୍ତର ଓଡିଶା ବିଦ୍ୟାଳୟର ଶତାଧିକ ଇଣ୍ଟିଗ୍ରେଟେଡ଼ ବିଇଡି ଓ ଏମଇଡି ଛାତ୍ରଛାତ୍ରୀଙ୍କ ପଦଯାତ୍ରା ବୁଧବାର ଦ୍ବିତୀୟ ଦିନରେ ପହଞ୍ଚିଛି ।

North odisha univerty news
ଦ୍ବିତୀୟ ଦିନରେ ଉତ୍ତର ଓଡିଶା ବିଶ୍ଵ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପଦଯାତ୍ରା

By

Published : Nov 27, 2019, 8:23 PM IST

ବାରିପଦା: ଉତ୍ତର ଓଡିଶା ବିଦ୍ୟାଳୟର ଶତାଧିକ ଇଣ୍ଟିଗ୍ରେଟେଡ଼ ବିଇଡି ଓ ଏମଇଡି ଛାତ୍ରଛାତ୍ରୀଙ୍କ ପଦଯାତ୍ରା ବୁଧବାର ଦ୍ବିତୀୟ ଦିନରେ ପହଞ୍ଚିଛି । ଛାତ୍ରଛାତ୍ରୀମାନେ ମଙ୍ଗଳବାର ଠାରୁ ବାରିପଦା ଉତ୍ତର ଓଡିଶା ବିଶ୍ଵ ବିଦ୍ୟାଳୟରୁ ବାହାରି ପ୍ରାୟ 30 କିଲୋମିଟରରୁ ଊର୍ଦ୍ଧ୍ବ ପଥ ଅତିକ୍ରମ କରିବା ପରେ ବୁଧବାର ବେତନଟୀଠାରେ ପହଞ୍ଚିଛନ୍ତି ।

ଦ୍ବିତୀୟ ଦିନରେ ଉତ୍ତର ଓଡିଶା ବିଶ୍ଵ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପଦଯାତ୍ରା

ପଦଯାତ୍ରାରେ ଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କିଛି ଅସୁସ୍ଥ ହେବା ଫଳରେ ମଙ୍ଗଳବାର ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ସେମାନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ଗତ ନଭେମ୍ବର 5 ତାରିଖ ଦିନ ବାରିପଦା ତକତପୁରରେ ଥିବା ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟ ସମ୍ମୁଖରୁ ବାହାରି ଭୁବନେଶ୍ବର ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ । ତେବେ ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶ୍ରୁତି ପରେ ପଦଯାତ୍ରା ସ୍ଥଗିତ କରିଥିଲେ ଛାତ୍ରଛାତ୍ରୀ ।

ପରେ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପୂରଣ ହୋଇ ନଥିବାରୁ ମଙ୍ଗଳବାର ଠାରୁ ପୁଣିଥରେ ଛାତ୍ରଛାତ୍ରୀମାନେ ପଦଯାତ୍ରାରେ ବାହାରିଛନ୍ତି । ନିଜ ହକ ପାଇଁ ବିଧାନସଭା ସମ୍ମୁଖରେ ଧାରଣା ଦେବା ସହ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରୀ ଜଣାଇବେ। ଛାତ୍ରଛାତ୍ରୀଙ୍କ ଦାବି ବିଶ୍ବ ବିଦ୍ୟାଳୟରୁ ପାସ ହେବା ପରେ ଓଟିଇଟି ଏବଂ ଓଏସଟିଇଟି ଯୋଗ୍ୟତା ପରୀକ୍ଷା ଦେବାରୁ ବଞ୍ଚିତ ହେଉଛନ୍ତି । ଏନେଇ ବିଭିନ୍ନ ସମୟରେ ସରକାରଙ୍କୁ ଜଣାଇଥିଲେ ବି ରାଜ୍ୟ ସରକାର କର୍ଣ୍ଣପାତ କରି ନଥିବାରୁ ବାଧ୍ୟ ହୋଇ ପଦଯାତ୍ରାରେ ବାହାରିଛନ୍ତି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ପଦଯାତ୍ରା ଜାରି ରହିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details