ବାରିପଦା: ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି। ଗତ ମଙ୍ଗଳବାର ପ୍ରଶାସନର ପଦକ୍ଷେପ ଓ ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶ୍ରୃତି ପରେ ପଦଯାତ୍ରାରୁ ଓହରିଥିଲେ ବିଇଡି ଓ ଏମଇଡି ଛାତ୍ରଛାତ୍ରୀ । ମାତ୍ର ବୁଧବାର ପରୀକ୍ଷା ଫି ବୃଦ୍ଧିକୁ ନେଇ ବିଶ୍ଵ ବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି।
ପରୀକ୍ଷା ଫି ହ୍ରାସ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା - north odisha university student protest for exam fee
ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି। ଗତ ମଙ୍ଗଳବାର ପ୍ରଶାସନର ପଦକ୍ଷେପ ଓ ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶ୍ରୃତି ପରେ ପଦଯାତ୍ରାରୁ ଓହରିଥିଲେ ବିଇଡି ଓ ଏମଇଡି ଛାତ୍ରଛାତ୍ରୀ। ମାତ୍ର ବୁଧବାର ପରୀକ୍ଷା ଫି ବୃଦ୍ଧିକୁ ନେଇ ବିଶ୍ଵ ବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି।
ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ
ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟରେ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି 740 ଟଙ୍କାରୁ 390କୁ ହ୍ରାସ କରାଯାଇଥିବା ବେଳେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି 740 ଟଙ୍କା ରହିଛି। ଯାହା ଫଳରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ପ୍ରଥମ ସେମିଷ୍ଟାର ପରୀକ୍ଷା ବାବଦକୁ ଫି 740 ଟଙ୍କାରୁ ହ୍ରାସ କରି 390 କରିବାକୁ ଦାବି କରି ବୁଧବାର କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଶ୍ବ ବିଦ୍ୟାଳୟର କୁଳପତି ଏନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ପରେ ଛାତ୍ରଛାତ୍ରୀ ଧାରଣାରୁ ଓହରିଥିଲେ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ