ରାଇରଙ୍ଗପୁର: ସହରର ଉପଖଣ୍ଡ ଚିକିତ୍ସାଳୟରେ ରକ୍ତର ଘୋର ଅଭାବ ଯୋଗୁଁ ପ୍ରତିଦିନ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ରାଇରଙ୍ଗପୁର ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ଆହ୍ବାନ ଦିଆଯାଇଛି। ଏ ନେଇ ଆଗେଇ ଆସିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ବିଶିଷ୍ଟ ସମାଜସେବୀ ସଂଗଠନ ‘‘ନୋ ହଙ୍ଗ୍ରୀ ସଂଗଠନ’’।
ରକ୍ତାଭାବ ଦୂର କରିବାକୁ ଆଗେଇ ଆସିଲା ‘ନୋ ହଙ୍ଗ୍ରୀ ସଂଗଠନ’ - ରାଇରଙ୍ଗପୁରର ଉପଖଣ୍ଡ ଚିକିତ୍ସାଳୟ
ରାଇରଙ୍ଗପୁରର ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ଅଭାବ ଯୋଗୁଁ ରକ୍ତ ଦାନ କରିବାକୁ ବ୍ଲଡ ବ୍ୟାହ୍କର ଆହ୍ବାନ ପରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କଲା ‘‘ନୋ ହଙ୍ଗ୍ରୀ ସଂଗଠନ’’ । ଅଧିକ ପଢ଼ନ୍ତୁ...
ରକ୍ତ ଅଭାବ ଦୂର କରିବାକୁ ଆଗେଇ ଆସିଲା ‘ନୋ ହଙ୍ଗ୍ରୀ ସଂଗଠନ’
ନୋ ହଙ୍ଗ୍ରୀ ସଂଗଠନ ପକ୍ଷରୁ ବୁଧବାର ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଓ ଏସଡିପିଓ ସ୍ନେହାଶିଷ ସାହୁ ଫିତା କାଟି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। କୋରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଚାଲିଥିବାରୁ ‘ନୋ ହଙ୍ଗ୍ରୀ ସଂଗଠନ' ବିଭିନ୍ନ ସମାଜସେବା କାର୍ଯ୍ୟ କରି ଚର୍ଚ୍ଚାରେ ରହିଛି । ତେବେ ଲକଡାଉନ ଯୋଗୁଁ ରକ୍ତର ଘୋର ଅଭାବ ଦେଖାଯାଉଥିବା ବେଳେ ରକ୍ତଦାନ ଭଳି ମହତ କାର୍ଯ୍ୟ ହାତକୁ ନେଇଥିବାରୁ ବିଭିନ୍ନ ମହଲରୁ ସଂଗଠନକୁ ପ୍ରଶଂସା କରାଯାଇଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ