ଓଡିଶା

odisha

ETV Bharat / state

ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ: ଓଡିଶା ଠିକାଦାର ସଂଘ - ନିଖିଳ ଓଡିଶା ଠିକାଦାର ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

10 ଦଫା ଦାବି ପୂରଣ ନହେବାରୁ ନଭେମ୍ବର ପହିଲାରୁ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ନିଖିଳ ଓଡିଶା ଠିକାଦାର ସଂଘ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Nov 10, 2019, 11:24 PM IST

ମୟୂରଭଞ୍ଜ: ପୂରଣ ହୋଇନି ନିଖିଳ ଓଡିଶା ଠିକାଦାର ସଂଘ ପକ୍ଷରୁ ଦିଆଯାଇଥିବା 10 ଦଫା ଦାବି । ଯାହାକୁ ନେଇ ନଭେମ୍ବର ପହିଲାରୁ ପୁଣି ଥରେ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ରବିବାର ବାରିପଦାର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ଠିକାଦାର ସଂଘ ଏହାକୁ ପୂର୍ଣ୍ଣ ସମର୍ଥନ କରି ସମସ୍ତ କାର୍ଯ୍ୟ ବନ୍ଦ କରାଯିବାର କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

2014ରେ ସିରିକୃତ ସିଡ୍ୟୁଲ ରେଟର 2019 ମୂଲ୍ୟ ଭିତ୍ତିରେ ପୁନଃ ଆକଳନ, ଭାରତ ସରକାରଙ୍କ ଷ୍ଟାଣ୍ଡାର୍ଡ ଡାଟା ବୁକ ଓ ଟେଣ୍ଡର ନିୟମାବଳୀର ତୁରନ୍ତ ପ୍ରଚଳନ, ଓଡ଼ିଶା ସରକାରଙ୍କର ବିଭିନ୍ନ କାର୍ଯ୍ୟରେ ୧୪.୯୯ର ସମ୍ପୂର୍ଣ୍ଣ ପ୍ରତ୍ୟାହାର, ମାନ୍ୟବର ହାଇକୋର୍ଟଙ୍କ ବଦ୍ଧିତ ମୂଲ୍ୟ ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ ପ୍ରାପ୍ୟ ପ୍ରଦାନ, ଶ୍ରମିକ ମଜୁରୀର ଉଚିତ୍‌ ମୂଲ୍ୟ ନିର୍ଦ୍ଧାରଣ ଏବଂ ଠିକାଦାରଙ୍କୁ ତତ୍ ସଂପର୍କିତ ପ୍ରାପ୍ୟ ପ୍ରଦାନ, ତେଲେଙ୍ଗନା ସରକାରଙ୍କ ନୀତି ଅନୁଯାୟୀ ଜିଏସ୍‌ଟି ପାଇଁ ୧୦% ଅଧିକ ପ୍ରାପ୍ୟ ପ୍ରଦାନ, କୌଣସି ବାହ୍ୟ ନିୟମ ବ୍ୟତୀତ କେବଳ ଲାଇସେନସ୍ କ୍ଷମତା ଅନୁଯାୟୀ କାର୍ଯ୍ୟଦେଶ, ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ସଞ୍ଚୟ ପତ୍ର ମାଧ୍ୟମରେ ସିକ୍ୟୁରିଟି ପ୍ରଦାନ ସହ ଭାରତ ସରକାରଙ୍କ ଟେଣ୍ଡର ନିୟମାବଳୀର ତୁରନ୍ତ ପ୍ରଚଳନ, ବ୍ୟବସ୍ଥା ନଥାଇ ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତି ପତ୍ର ଏବଂ ରୟାଲ୍ଟି ରସିଦ ଦାଖଲ ନିର୍ଦ୍ଦେଶର ତୁରନ୍ତ ପ୍ରତ୍ୟାହାର ଆଦି ଦାବିମାନ ଦେଇଥିଲେ । ଯଦି ଆଗାମୀ ଦିନରେ ଏହି ସବୁ ଦାବିର ସରକାର ତୁରନ୍ତ ପଦକ୍ଷେପ ନନିଅନ୍ତି ତେବେ କାର୍ଯ୍ୟବନ୍ଦ ଆନ୍ଦୋଳନ ତୀବ୍ରତର ହେବ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details