ଓଡିଶା

odisha

ETV Bharat / state

ନୂଆ ମୋଟର ଯାନ ଆଇନ: ଅଟୋ ଚାଳକଙ୍କୁ 40 ହଜାର 500 ଟଙ୍କା ଫାଇନ - ନୂଆ ମୋଟର ଯାନ ଆଇନ

ସେପ୍ଟେମ୍ବର ମାସ ପହିଲାରୁ ରାଜ୍ୟରେ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ଯାହାର ଶିକାର ହୋଇଛନ୍ତି ବାରିପଦା ଟାଉନର ଜଣେ ଅଟୋ ଚାଳକ । ଯାହାଙ୍କ ଉପରେ ଏବେ ଲାଗିଛି 40 ହଜାର 500ଟଙ୍କାର ଫାଇନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Sep 14, 2019, 3:47 AM IST

ବାରିପଦା: ସେପ୍ଟେମ୍ବର ମାସ ପହିଲାରୁ ରାଜ୍ୟରେ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ଏଥିସହ ନିୟମ ଭଙ୍ଗକାରୀଙ୍କଠାରୁ ଆଦାୟ ହେଉଛି ମୋଟା ଅଙ୍କର ଫାଇନ । ଯାହାର ଶିକାର ହୋଇଛନ୍ତି ବାରିପଦା ଟାଉନର ଜଣେ ଅଟୋ ଚାଳକ । ଗତ 2 ତାରିଖରେ କାଗଜପତ୍ର ଯାଞ୍ଚ ସମୟରେ ଧରା ପଡିଥିଲେ ଚାଳକ । ଯାହାଙ୍କ ଉପରେ ଏବେ ଲାଗିଛି 40 ହଜାର 500ଟଙ୍କାର ଫାଇନ ।

ସୂଚନା ଅନୁଯାୟୀ ଗତ 2 ତାରିଖ ବିଳମ୍ବିତ ରାତିରେ ପେଟ୍ରୋଲିଂ ସମୟରେ ଧରା ପଡିଥିଲେ ଅଟୋ ଚାଳକ ଜଣଙ୍କ । ହେଲେ କୌଣସି କାଗଜପତ୍ର ଦେଖାଇ ନପାରିବାରୁ ଅଟୋକୁ ଜବତ କରିବା ସହ ଜିଲ୍ଲା ପରିବହନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ଟାଉନ ପୋଲିସ । ଏନେଇ ତଦନ୍ତ ସମୟରେ ଅଟୋର କୌଣସି କାଗଡପତ୍ର ଦେଖାଇ ନପାରିବାରୁ ଅଟୋ ମାଲିକଙ୍କ ଉପରେ ବେଆଇନ ଗାଡି ଚଲାଇବା ଅଭିଯୋଗରେ 40 ହଜାର 500 ଟଙ୍କା ଫାଇନ ଲଗାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ତେବେ ଘଟଣାକୁ 10 ଦିନ ବିତିଥିଲେ ବି ଏପର୍ଯ୍ୟନ୍ତ ଗାଡିର କାଗଜପତ୍ର ନଦେଖାଇବା ସହ ଫାଇନ ଅର୍ଥ ମଧ୍ୟ ଜମା କରି ନାହାନ୍ତି ଅଟୋ ଚାଳକ । ତେଣେ ଜବତ ଅଟୋ ବାରିପଦା ଟାଉନ ଥାନାରେ ଅଟକ ରଖାଯାଇଛି । ପରିବହନ ବିଭାଗର ରିପୋର୍ଟ ପରେ ଯଦି ଗାଡିର କାଗଡପତ୍ର ଦାଖଲ କରାନଯାଏ ତେବେ ପୋଲିସ ବିଧିବଦ୍ଧ ଭାବେ ଚୋରି ମାମଲା ରୁଜୁ କରିବା ନେଇ ସୂଚନା ଦେଇଛି ବାରିପଦା ଟାଉନ ପୋଲିସ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details