ଓଡିଶା

odisha

ETV Bharat / state

ଗିରିଶ ମୁର୍ମୁଙ୍କ ନିଯୁକ୍ତି ପରେ ପରିବାରରେ ଖୁସିର ମାହୋଲ - ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦି

ଓଡିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ଦାୟିତ୍ୱ ପ୍ରଦାନ କରାଯାଇଛି । ଏନେଇ ତାଙ୍କ ପରିବାର କ’ଣ କହୁଛନ୍ତି ଦେଖନ୍ତୁ ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

By

Published : Oct 26, 2019, 11:58 AM IST

ବାରିପଦା: ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ଭାବେ ନିଯୁକ୍ତି ହୋଇଛନ୍ତି ଓଡିଆ ପୁଅ ତଥା ଗୁଜୁରାଟ କ୍ୟାଡର ଆଇଏଏସ ଅଫିସର ଗିରିଷ ଚନ୍ଦ୍ର ମୁର୍ମୁ । 1985 ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବେତନଟୀର ପୁଅ ଗିରିଷ । ବର୍ତ୍ତମାନର ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ, ସେ ପ୍ରମୁଖ ସଚିବ ହୋଇଥିଲେ।

2014ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଗିରିଷ ଚନ୍ଦ୍ର ମୁର୍ମୁ ମଧ୍ୟ କେନ୍ଦ୍ରକୁ ଫେରିଥିଲେ । ଏହାପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସେ ସଚିବ, ଯୁଗ୍ମ ସଚିବ ଓ ସ୍ବତନ୍ତ୍ର ସଚିବ ପଦ ସମ୍ଭାଳିଥିଲେ । ପରେ ଅର୍ଥ ବିଭାଗକୁ ଆସି ବଜେଟ ପ୍ରସ୍ତୁତିରେ ମଧ୍ୟ ସାମିଲ ହୋଇଥିଲେ।


ବର୍ତ୍ତମାନ ଗିରିଷ ଅର୍ଥ ବିଭାଗର ବ୍ୟୟ ସଚିବ ଅଛନ୍ତି । ଆସନ୍ତା ନଭେମ୍ବର 20ରେ ସେ ଏହି ପଦରୁ ଅବସର ନେଇଥାନ୍ତେ । ତା ପୂର୍ବରୁ ତାଙ୍କୁ କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି । ମୟୁରଭଞ୍ଜର ମୂଳ ବାସିନ୍ଦା ଗିରିଷଙ୍କ ପରିବାର ସମେତ ମୟୁରଭଞ୍ଜ ଜିଲ୍ଲାରେ ଖୁସୀର ଲହରୀ ଖେଳିଯାଇଛି । ତେବେ ଏନେଇ ତାଙ୍କର ପରିବାର ସହ ଅଧିକ ଆଲୋଚନା କରିଛନ୍ତି ଆମ ମୟୁରଭଞ୍ଜ ସମ୍ବାଦଦାତା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ


ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details