ଓଡିଶା

odisha

ପୁଣି ଅଲୋଡା ଶିଶୁକନ୍ୟା: ନବଜାତ ଜଙ୍ଗଲରୁ ଉଦ୍ଧାର

By

Published : Oct 6, 2019, 10:24 PM IST

ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡା ଜଙ୍ଗଲରୁ ଉଦ୍ଧାର ହେଲା ତିନି ଚାରି ଦିନର ନବଜାତ ଶିଶୁ କନ୍ୟା। ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ରାଇରଙ୍ଗପୁର: ପୁଣି ଅଲୋଡା ପାଲଟିଲା ଶିଶୁ କନ୍ୟା । ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡା ଜଙ୍ଗଲରୁ ଉଦ୍ଧାର ହେଲା ତିନି ଚାରି ଦିନର ନବଜାତ ।

ନବଜାତ ଶିଶୁ କନ୍ୟା ଜଙ୍ଗଲରୁ ଉଦ୍ଧାର

ରରୁଆଁ ଥାନା ସିଙ୍ଗଡା ଜଙ୍ଗଲ ନିକଟରେ। କେହି ମାଆ ନିଜର ତିନି ଚାରି ଦିନର ଶିଶୁ କନ୍ୟାକୁ ଜଙ୍ଗଲରେ ଫିଙ୍ଗି ଦେଇ ଚାଲି ଯାଇଥିଲେ । ସ୍ଥାନୀୟ ଲୋକ ଛୁଆର କାନ୍ଦ ଶୁଣି ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଶିଶୁକନ୍ୟା ଟିକୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠା ଯାଇଛି । ତେବେ ବର୍ତ୍ତମାନ ନବଜାତ ଶିଶୁକନ୍ୟାର ସ୍ବାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସୁସ୍ଥ ରହିଛି ।

ତେବେ କେଉଁଭଳି ପରିସ୍ଥିତିରେ ଜଣେ ମା' ନିଜର ତିନି ଚାରି ଦିନର ଶିଶୁ କନ୍ୟା ଜଙ୍ଗଲରେ ଫିଙ୍ଗି ଚାଲି ଯାଇଛି । କେମେତି ଏଭଳି କୁକାର୍ଯ୍ୟ କରିଥିବା ମା'ର ମନ ଓ ବିବେକ ବାଧା ଦେଲା ନାହିଁ, ମା'ର ହୃଦୟ କଣ ଏତେ ନିଷ୍ଠୁର, ବୋଲି ପ୍ରଶ୍ନ ଉଠୁଛି ।

ଅନ୍ୟପଟେ ଏପରି ଘୃଣ୍ୟ କାମ କରିଥିବା ପିତାମାତାଙ୍କୁ ଖୋଜି ବାହାର କରି ଉଚିତ ଦଣ୍ତ ବିଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି ।


ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details