ଓଡିଶା

odisha

ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର, ତଦନ୍ତ ଜାରି

By

Published : Dec 8, 2019, 12:25 PM IST

ମୟୂରଭଞ୍ଜର କେନ୍ଦୁଛାଟିଆ ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର । ଶିଶୁ କନ୍ୟାଟିର ଚିକିତ୍ସା ପାଇଁ ବାରିପଦା ସ୍ଥିତ ପିଆରଏମ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

mayurbhanj
ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ପୁଣି ଅଲୋଡା ହେଲା ଶିଶୁ କନ୍ୟା। । ଶିଶୁ କନ୍ୟାକୁ ଜନ୍ମ କରି ଅନ୍ତ ବୁଜୁଳା ସହ ଜଙ୍ଗଲରେ ଫିଙ୍ଗିଦେଲା ମା' । ଏହିଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜର ମୋରଡା ବ୍ଲକ ଭାଲିଆଡିହା ଗ୍ରାମପଞ୍ଚାୟତରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନାମୁତାବକ, ଶନିବାର ସନ୍ଧ୍ୟା 7ଟା ସମୟରେ ଶୀତ କାକରରେ କେନ୍ଦୁଛାଟିଆ ଜଙ୍ଗଲରେ ପଡି ଛଟପଟ ହେଉଥିଲା ନବଜାତ ଶିଶୁ କନ୍ୟା । ଶିଶୁକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭିଡ଼ ଜମାଇଥିଲେ । ପରେ ଶିଶୁଟିକୁ ଉଦ୍ଧାର କରାଯାଇ ପ୍ରଥମେ କିଷାନତାଣ୍ଡି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାକୁ ବାରିପଦା ସ୍ଥିତ ପିଆରଏମ ମେଡିକାଲ ନିଆଯାଇଥିଲା । ଶିଶୁ କନ୍ୟାଟିର ଚିକିତ୍ସା ଚାଲିଥିବାବେଳେ ତାର ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ଡାକ୍ତର କହିଛନ୍ତି ।

ଜନ୍ମିତ ଶିଶୁର ମା'ର ପରିଚୟ ମିଳିନଥିବା ବେଳେ ଜନ୍ମକରି ଶିଶୁକୁ ଫିଙ୍ଗିଦେବା ଘଟଣା ସାରା ଜିଲ୍ଲାରେ ଚହଳ ସୃଷ୍ଟି କରିଛି । ଘଟଣାର ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details