ଓଡିଶା

odisha

ETV Bharat / state

ଚିକିତ୍ସା ଅବହେଳାରୁ ନବଜାତ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ, ନର୍ସିଂହୋମରେ ଉତ୍ତେଜନା - ମୟୂରଭଞ୍ଜ ନ୍ୟୁଜ

୧୬ ତାରିଖରେ ପ୍ରସବ ବେଦନା ହେବାରୁ ବାରିପଦା ସ୍ଥିତ ଏକ ନର୍ସିଂହୋମରେ ଭର୍ତ୍ତି କରିଥିଲେ । ୧୭ ତାରିଖ ଦିନ ରମେଶଙ୍କ ସ୍ତ୍ରୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ତେବେ ନର୍ସିଂହୋମରେ ଉପଯୁକ୍ତ ଚିକିତ୍ସା ନପାଇ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତ ଶିଶୁର ବାପା ।

ଚିକିତ୍ସା ଅବହେଳାରୁ ନବଜାତ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ, ଘରୋଇ ନର୍ସିଂହୋମରେ ଉତ୍ତେଜନା
ଚିକିତ୍ସା ଅବହେଳାରୁ ନବଜାତ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ, ଘରୋଇ ନର୍ସିଂହୋମରେ ଉତ୍ତେଜନା

By

Published : May 23, 2020, 3:24 PM IST

Updated : May 23, 2020, 5:36 PM IST

ବାରିପଦା: ଚିକିତ୍ସା ଅବହେଳାରୁ ନବଜାତ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲାର ବାରିପଦା ସ୍ଥିତ ଏକ ନର୍ସିଂହୋମରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗରେ ଉତ୍ତେଜନା । ବାରିପଦା ପି ଆର ଏମ୍ ମେଡ଼ିକାଲ କଲେଜରେ ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ଘଟଣା ନୂଆ ନୁହେଁ । ତେବେ ଏଥର ପି ଆର ଏମ୍ ମେଡ଼ିକାଲ କଲେଜରେ ନୁହେଁ ବାରିପଦା ସହରରେ ଥିବା ଘରୋଇ ନର୍ସିଂହୋମରେ ନବଜାତ ଶିଶୁ କନ୍ୟାର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତ ଶିଶୁର ବାପା ।

ଚିକିତ୍ସା ଅବହେଳାରୁ ନବଜାତ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ, ଘରୋଇ ନର୍ସିଂହୋମରେ ଉତ୍ତେଜନା

ଅଭିଯୋଗ ଅନୁଯାୟୀ, ବାରିପଦା ତକତପୁର ଅଞ୍ଚଳର ରମେଶ ଚନ୍ଦ୍ର ସିଂହଙ୍କ ସ୍ତ୍ରୀକୁ ଗତ ୧୬ ତାରିଖରେ ପ୍ରସବ ବେଦନା ହେବାରୁ ବାରିପଦାର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରିଥିଲେ । ମେ ୧୭ ତାରିଖ ଦିନ ରମେଶଙ୍କ ସ୍ତ୍ରୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଜନ୍ମ ପରେ ଶିଶୁ କନ୍ୟା ଟିର ର ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ନର୍ସିଂହୋମ ହୋମ ପକ୍ଷରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଶିଶୁକନ୍ୟାର ୧୮ ତାରିଖରେ କଟକ ରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଅଛି । ତେବେ ଶିଶୁକନ୍ୟା ବାରିପଦା ନର୍ସିଂହୋମରେ ଉପଯୁକ୍ତ ଚିକିତ୍ସା ନପାଇ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ।

ତେବେ ଶନିବାର ସେହି ନର୍ସିଂହୋମରେ ମୃତ ଶିଶୁର ସମ୍ପର୍କୀୟ ମାନେ ଗଣ୍ଡଗୋଳ କରିଥିଲେ । ନର୍ସିଂହୋମ ପକ୍ଷରୁ ଲକଡାଉନ ପାଇଁ ଡାକ୍ତର ଆସିବାରେ ବିଳମ୍ବ ହେବାରୁ ଶିଶୁ କନ୍ୟାକୁ କଟକ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଥିବା କହିଛନ୍ତି । ଅନ୍ୟପକ୍ଷରେ ଏ ନେଇ ମୃତ ଶିଶୁକନ୍ୟାର ବାପା ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : May 23, 2020, 5:36 PM IST

ABOUT THE AUTHOR

...view details