ଓଡିଶା

odisha

ETV Bharat / state

ନେସ୍କୋ ଅଫିସ ଘେରାଉ କଲେ ଛଟେଇ କର୍ମଚାରୀ - nesco employee strike update

ମୟୂରଭଞ୍ଜ ଜିଲ୍ଲା ନେସ୍କୋ ଠିକା ସଂସ୍ଥା ଆଦ୍ୟ ଉର୍ଜା ସଲ୍ୟୁସନରେ କାର୍ଯ୍ୟରତ ୪୧ କର୍ମଚାରୀଙ୍କୁ ବିନା ନୋଟିସରେ ଛଟେଇ କରିଛି । କୋରୋନା ମହାମାରୀ ସମୟରେ ବିନା କାରଣରେ କର୍ମଚାରୀଙ୍କୁ ଛଟେଇ କରିଥିବା ସହ ଦୀର୍ଘ ଦୁଇ ମାସର ଦରମା ମିଳିନଥିବା ଅଭିଯୋଗ କରି ବୁଧବାର ଜିଲ୍ଲା ନେସ୍କୋ କାର୍ଯ୍ୟାଳୟକୁ ଘେରିଛନ୍ତି ଛଟେଇ କର୍ମଚାରୀ ।

nesco
ନେସ୍କୋ ଅଫିସ ଘେରାଉ କଲେ ଛଟେଇ କର୍ମଚାରୀ

By

Published : Sep 9, 2020, 5:17 PM IST

ବାରିପଦା: ନେସ୍କୋ ଅଫିସ ଘେରାଉ କଲେ ଛଟେଇ କର୍ମଚାରୀ । ମୟୂରଭଞ୍ଜ ଜିଲ୍ଲା ନେସ୍କୋ ଠିକା ସଂସ୍ଥା ଆଦ୍ୟ ଉର୍ଜା ସଲ୍ୟୁସନରେ କାର୍ଯ୍ୟରତ ୪୧ କର୍ମଚାରୀଙ୍କୁ ବିନା ନୋଟିସରେ ଛଟେଇ କରିଛି । କୋରୋନା ମହାମାରୀ ସମୟରେ ବିନା କାରଣରେ କର୍ମଚାରୀଙ୍କୁ ଛଟେଇ କରିବା ସହ ଦୀର୍ଘ ଦୁଇ ମାସର ଦରମା ମିଳିନଥିବା ଅଭିଯୋଗ କରି ବୁଧବାର ଜିଲ୍ଲା ନେସ୍କୋ କାର୍ଯ୍ୟାଳୟକୁ ଘେରିଛନ୍ତି ଛଟେଇ କର୍ମଚାରୀ ।

ନେସ୍କୋ ଅଫିସ ଘେରାଉ କଲେ ଛଟେଇ କର୍ମଚାରୀ

ଏନେଇ ଚଳିତ ମାସ ୭ ତାରିଖରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ କର୍ମଚାରୀମାନେ ସାକ୍ଷାତ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା । ଏଣୁ ପରବର୍ତ୍ତୀ ସମୟରେ ଜିଲ୍ଲାରେ ବିଦ୍ୟୁତ ସରବରାହରେ କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ନେସ୍କୋ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି କର୍ମଚାରୀମାନେ ଚେତାବନୀ ଦେଇଥିଲେ । ତେବେ ୪୧ ଛଟେଇ କର୍ମଚାରୀଙ୍କୁ ପୂର୍ବ ଭଳି କାର୍ଯ୍ୟରେ ଯୋଗ ଦେବା ନେଇ ନେସ୍କୋ ପ୍ରତିଶ୍ରୁତି ଦେବାପରେ କର୍ମଚାରୀମାନେ ଧାରଣାରୁ ଉଠିଥିବା ଜଣାପଡିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details