ଓଡିଶା

odisha

ETV Bharat / state

ଜମି ବିବାଦରୁ ଦାଦାକୁ ଟାଙ୍ଗିଆରେ ହାଣିଲା ପୁତୁରା - ଜମି ବିବାଦରୁ ହତ୍ୟାକାଣ୍ଡ

ଜମି ବିବାଦରୁ ନିର୍ମମ ହତ୍ୟାକାଣ୍ଡ । ଦାଦାକୁ ଟାଙ୍ଗିଆରେ ହାଣିଲା ପୁତୁରା । ସେପଟେ, ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି । ଅଧିକ ପଢନ୍ତୁ...

land dispute to murder
ଜମି ବିବାଦରୁ ହତ୍ୟାକାଣ୍ଡ:ଦାଦାକୁ ଟାଙ୍ଗିଆରେ ମାରିଲା ପୁତୁରା

By

Published : Feb 11, 2020, 2:21 PM IST

ରାଇରଙ୍ଗପୁର: ଜମି ବିବାଦକୁ ନେଇ ଜଙ୍ଘନ୍ୟକାଣ୍ଡ । ପୁତୁରାର ଟାଙ୍ଗିଆ ଚୋଟରେ ଦାଦା ମୃତ। ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଜାମପାଣି ଗାଁରେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଝାଡଖଣ୍ଡର ଡୁମୁରିଆ ଠାରେ ଶିକ୍ଷକତା କରୁଥିବା ଉକ୍ତ ଗାଁର ଶୁକଦେବ ମାରାଣ୍ଡି ।

ଜମି ବିବାଦରୁ ହତ୍ୟାକାଣ୍ଡ:ଦାଦାକୁ ଟାଙ୍ଗିଆରେ ମାରିଲା ପୁତୁରା

ଜାମବଣି ଗାଁରେ ଜମି ବିବାଦ ଲାଗି ରହିଥିବାରୁ ଶୁକଦେବ ମାରାଣ୍ଡି ବିଲକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଏକ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଯାହାର ଖବର ପାଇ ଗୋରୁମହିଷାଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି । ସେପଟେ, ମୁଖ୍ୟ ଅଭିଯୁକ୍ତ ତଥା ପୁତୁରା ଜଣକ ହତ୍ୟାକାଣ୍ଡ କରିଥିବା ନେଇ ସ୍ବୀକାର କରିବା ପରେ ଗୋରୁମହିଷାଣୀ ପୋଲିସ ତାକୁ ଗିରଫ କରିବା ସହ ପଚରା ଉଚରା ଜାରି ରଖିଛି ।

ଏହା ସହ ଏହି ଘଟଣାରେ ଅଭିଯୁକ୍ତର ବାପା ଓ ବଡ ଭାଇ ସମ୍ପୃକ୍ତ ଥିବା ନେଇ ପୋଲିସ ସେମାନଙ୍କୁ ଅଟକ ରଖିଛି । ଅନ୍ୟପଟେ, ଘଟଣାସ୍ଥଳରେ ବାରିପଦାରୁ ସାଇଣ୍ଟିଫିକ ଟିମ ଆସି ଅଧିକ ତଦନ୍ତ ଜାରି ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details