ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ପୋଲିସ ପଡିଆଠାରେ ବୁଧବାର ୬୧ ତମ ପୋଲିସ ସହିଦ ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଓ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଯୋଗ ଦେଇ ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରାଯାଇଛି ।
ଜିଲ୍ଲାପାଳ ଏବଂ କାର୍ଯ୍ୟରତ ପୋଲିସ ଅଧିକାରୀ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ସେହିପରି ଶହୀଦ ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦା ଅଞ୍ଚଳର ସୁଧୀର କୁମାର ଟୁଡୁଙ୍କୁ ଟ୍ବିଟ ଯୋଗେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ।