ଓଡିଶା

odisha

ETV Bharat / state

ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ, ଅବରୋଧ କଲେ ଜାତୀୟ ରାଜପଥ - ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜର ତାଟୋ ନିକଟରେ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ, ଅବରୋଧ କଲେ ଜାତୀୟ ରାଜପଥ
ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ, ଅବରୋଧ କଲେ ଜାତୀୟ ରାଜପଥ

By

Published : Dec 31, 2020, 3:54 PM IST

ରାଇରଙ୍ଗପୁର: ହାତୀ ଉପଦ୍ରବରେ ଅତିଷ୍ଠ ହୋଇପଡିଲେଣି ଗ୍ରାମବାସୀ । ଫଳରେ ଜାତୀୟ ରାଜପଥକୁ ଓହ୍ଲାଇ ଅବରୋଧ କରିବାକୁ ଲାଗିଲେ । ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜର ତାଟୋ ନିକଟରେ ।

ଗତ ୫ ରୁ ୬ ଦିନ ହେବ ତାଟ, କୁଞ୍ଜିଆ, ବିଉଁରିଆ, ନାକୁଡ଼ା, ମତା ପ୍ରଭୁତି ଗ୍ରାମ ଗୁଡିକରେ ହାତୀପଲ ପଶି ବ୍ୟାପକ ପନିପରିବା ଫସଲ ସହିତ କଦଳୀ ବଗିଚା ନଷ୍ଟ କରିଛନ୍ତି । ତା ସହିତ ୫ ରୁ ଅଧିକ ଘର ମଧ୍ୟ ଭାଙ୍ଗିଛନ୍ତି ହାତୀପଲ । ତେବେ ଏତେ ସବୁ ଘଟଣା ହେଉଥିଲେ ବି ବନବିଭାଗ ହାତୀ ଘଉଡେଇବା ପାଇଁ କୌଣସି ପଦକ୍ଷେପ କିମ୍ବା ଫୋନ କଲେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚୁନଥିବାରୁ ଗ୍ରାମବାସୀ ଅତିଷ୍ଠ ହୋଇ ୨୨୦ ନାମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ଏହାସହିତ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କୁ ତୁରନ୍ତ ଏଠାରୁ ହଟାଇବା ସହିତ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ତେବେ କରଞ୍ଜିଆ ଥାନା ପୋଲିସ ଓ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି ।

ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ, ଅବରୋଧ କଲେ ଜାତୀୟ ରାଜପଥ

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details