ଓଡିଶା

odisha

ETV Bharat / state

ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରାଜ୍ୟପାଳ

ମୟୂରଭଞ୍ଜ ଜିଲ୍ଲା ଗସ୍ତ ସାରି ଫେରୁଥିବାବେଳେ ବଡ ବିପଦରୁ ବଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଖୁଣ୍ଟା ଥାନା ଅନ୍ତର୍ଗତ ପୁରୁଣାପାଣି ନିକଟରେ ତାଙ୍କ ଏସ୍କର୍ଟ ଗାଡି ବ୍ରେକ ମାରିବାକୁ ପଛରେ ଥିବା ଦ୍ବିତୀୟ ଏସ୍କର୍ଟ ଗାଡିଟି ସାମ୍ନା ଗାଡିରେ ଧକ୍କା ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Oct 18, 2019, 11:49 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଗସ୍ତ ସାରି ଫେରୁଥିବା ବେଳେ ବଡ ବିପଦରୁ ବଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଖୁଣ୍ଟା ଥାନା ଅନ୍ତର୍ଗତ ପୁରୁଣାପାଣି ନିକଟରେ ତାଙ୍କ ଏସ୍କର୍ଟ ଗାଡି ବ୍ରେକ ମାରିବାକୁ ପଛରେ ଥିବା ଦ୍ବିତୀୟ ଏସ୍କର୍ଟ ଗାଡିଟି ସାମ୍ନା ଗାଡିରେ ଧକ୍କା ହୋଇଥିଲା । ଫଳରେ ପଛରେ ଥିବା ରାଜ୍ୟପାଳ, ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଗାଡି ଗୁଡିକ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଏହି ଦୁର୍ଘଟଣାରେ ଏସ୍କର୍ଟ ଗାଡିରେ ବସିଥିବା 6ରୁ ଅଧିକ ସୁରକ୍ଷାକର୍ମୀ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୁରକ୍ଷିତ ଭାବେ ବାରିପଦା ସର୍କିଟ ହାଉସରେ ଥିବା ସୂଚନା ମିଳିଛି ।

ପ୍ରକାଶ ଯେ ରାଜ୍ୟପାଳ ଗଣେଶୀ ଲାଲ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ଧାନଘେରା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଗସ୍ତ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details