ଓଡିଶା

odisha

By

Published : Jul 18, 2022, 8:48 AM IST

ETV Bharat / state

Presidential Polls: ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ମସଜିଦରେ ପ୍ରାର୍ଥନା

ଆଜି ରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନକୁ ନେଇ ସବୁଠି ଚର୍ଚ୍ଚା । NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ମସଜିଦରେ ମଧ୍ୟ ମୁସଲିମ୍ ସମ୍ପ୍ରଦାୟ ଏକାଠି ହୋଇ ମସଜିଦରେ ପ୍ରାର୍ଥନା କରିଛନ୍ତି । ଅଧିକ ପଢ଼ନ୍ତୁ

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ମସଜିଦରେ ପ୍ରାର୍ଥନା କଲେ ମୁସଲିମ୍ ଭାଇ
ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ମସଜିଦରେ ପ୍ରାର୍ଥନା କଲେ ମୁସଲିମ୍ ଭାଇ

ରାଇରଙ୍ଗପୁର:ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ମସଜିଦରେ ପ୍ରାର୍ଥନା ସହିତ ମାଜାରରେ ଚାଦର ଚଢାଇଲେ ମୁସଲିମ ସମ୍ପ୍ରଦାୟ ।
ଏନଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ତଥା ମୟୂରଭଞ୍ଜ ମାଟିର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ଦେଖିବା ପାଇଁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆଗେଇ ଆସିଛନ୍ତି ।

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ମସଜିଦରେ ପ୍ରାର୍ଥନା କଲେ ମୁସଲିମ୍ ଭାଇ

ହିନ୍ଦୁ ସମ୍ପ୍ରଦାୟ ଲୋକେ ମନ୍ଦିରରେ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପୂଜାର୍ଚ୍ଚନା କରୁଥିବା ବେଳେ ମୁସଲମାନ ସମ୍ପ୍ରଦାୟର ଲୋକେ ମସଜିଦରେ ଦିଦିଙ୍କ ପାଇଁ ଦୁଆ ମାଗୁଛନ୍ତି । ତ ଆଉ କେତେବେଳେ ଆଦିବାସୀ ସମ୍ପ୍ରଦାୟର ଲୋକେ ଜାହିରା ପୀଠରେ ଦିଦି ଜିତନ୍ତୁ ବୋଲି ପୂଜାପାଠ କରୁଛନ୍ତି । ଏ ନେଇ ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଅନ୍ତର୍ଗତ ବଡଦୁନ୍ଦୁ ଗ୍ରାମର ମୁସଲମାନ ସମ୍ପ୍ରଦାୟର ଲୋକେ ଏକଜୁଟ ହୋଇ ଅମୀର ସାହା ବାବା ରହମ ତୁଲ୍ଲା ଅଲାଇଙ୍କର ମଜାରରେ ଦିଦିଙ୍କ ପାଇଁ ଦୁଆ ମାଗିବା ସହ ଦିଦି ବିଜୟୀ ହେବା ପାଇଁ ଚାଦର ଚଢାଇ ଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details