ବାରିପଦା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ତେନ୍ତୁଳିଗାଁରେ ହତ୍ୟାକାଣ୍ଡ । ଅଭିଯୁକ୍ତଙ୍କ ଠେଙ୍ଗା ମାଡରେ ତେନ୍ତୁଳିଗାଁର ରବୀନ୍ଦ୍ର ଦେହୁରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନାମୁତାବକ, ମୃତ ରବିଦ୍ରଙ୍କ ଘର ତେନ୍ତୁଳିଗାଁ ହାଟପଡିଆରେ । ଗାଁ ପୋଖରୀ ନିଲାମକୁ ନେଇ ଆକ୍ରମଣକାରୀଙ୍କ ମଧ୍ୟରେ ପୂର୍ବରୁ ରବିଦ୍ରଙ୍କର ଶତ୍ରୁତା ଥିଲା । ତେବେ ଶନିବାର ରାତିରେ ରବୀନ୍ଦ୍ର ବାଇକ ଯୋଗେ ତାଙ୍କ ଘରକୁ ଆସୁଥିବା ବେଳେ ପୂର୍ବରୁ ଜଗିଥିବା ସେହି ଗ୍ରାମର ଦିଲ୍ଲିପ ଜେନା, ତାଙ୍କ ପୁଅ ଗୋଲକ ବିହାରୀ ଜେନା ଓ ରବି ସିଂ ସଂଘବଦ୍ଧ ଭାବେ ଠେଙ୍ଗାରେ ଆକ୍ରମଣ କରିଥିଲେ । ଯାହାଦ୍ବାରା ଘଟଣାସ୍ଥଳରେ ହିଁ ରବୀନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା।