ରାଇରଙ୍ଗପୁର: ମୁଚିଆନେତ୍ରା ଗ୍ରାମର ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ମୃତକଙ୍କ ବାପା ମୁହଁ ଖୋଲିଛନ୍ତି । ଯୌତୁକ ପାଇଁ ଝିଅକୁ ଶାଶୁଘର ଲୋକେ ହତ୍ୟା କରିଥିବା ମୃତ ମହିଳାଙ୍କ ବାପା ଅଭିଯୋଗ କରିଛନ୍ତି ।
ତେବେ ଗତକାଲି(ଗୁରୁବାର) ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ମୁଚିଆନେତ୍ରା ଗାଁର ଦୀପକ ମଣ୍ଡଳଙ୍କ ସ୍ତ୍ରୀ ଦୁର୍ଗା ମଣ୍ଡଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୋରୁମହିଷାଣୀ ଥାନା ପୋଲିସ ଝୁଲନ୍ତା ଅବସ୍ଥାରେ ଦୁର୍ଗାଙ୍କ ମୃତଦେହ ଉଦ୍ଧାର କରିଥିଲା । ପ୍ରଥମେ ମାମଲାଟି ଆତ୍ମହତ୍ୟାର ରୂପ ନେଇ ଥିବାବେଳେ ଏବେ ଘଟଣାର ନୂଆ ମୋଡ ଆସିଛି । ଦୁର୍ଗାଙ୍କୁ ଶାଶୁଘର ଲୋକେ ହତ୍ୟାକରି ଟାଙ୍ଗି ଦେଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ଝିଅକୁ ଯୌତୁକ ନିର୍ଯାତନା ଦେଇ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ସେ ।