ରାଇରଙ୍ଗପୁର : ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ଘଟିଯାଇଛି ଅଭାବନୀୟ ଘଟଣା । ଏହି ଦିନ ସ୍ତ୍ରୀ ତା ସ୍ବାମୀର ଦୀର୍ଘାୟୁ କାମନା କରୁଥିବାବେଳେ ଜଣେ ସ୍ବାମୀ ତା ସ୍ତ୍ରୀକୁ ପିଟି ପିଟି ନିର୍ଦ୍ଦୟ ଭାବେ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ଅନ୍ତର୍ଗତ ଅସୁରା ଗ୍ରାମର ଖଡିଆସାହିରେ ।
ସୂଚନା ଅନୁଯାୟୀ, କୌଣସି କଥାକୁ ନେଇ ଖଡିଆସାହିର ବାସିନ୍ଦା ସ୍ବାମୀ ଭରତ ଦେହୁରୀ ଓ ସ୍ତ୍ରୀ କାଳି ଦେହୁରୀଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ଭରତ ଅତ୍ୟଧିକ ମଦ୍ୟପାନ କରିଥିବାରୁ ନିଜର ହିତା ହିତ ଜ୍ଞାନ ହରାଇ ପାଖରେ ଥିବା ଏକ ଠେଙ୍ଗା ସାହାଯ୍ୟରେ ସ୍ତ୍ରୀ କାଳିକୁ ପିଟି ପିଟି ହତ୍ୟା କରିଥିଲା ।