ଓଡିଶା

odisha

ETV Bharat / state

ପଥରରେ ଛେଚି ହତ୍ୟା, କାରଣ ଅସ୍ପଷ୍ଟ

ଗତକାଲି(ମଙ୍ଗଳବାର) ରାତିରେ ଯୋକାରେ ହେଉଥିବା ରାବଣପୋଡି ଦେଖିବାକୁ ଯାଇ ଘରକୁ ଫେରିନଥିଲେ ସୁନାରାମ।

By

Published : Oct 9, 2019, 2:17 PM IST

ପଥରରେ ଛେଚି ହତ୍ୟା, କାରଣ ଅସ୍ପଷ୍ଟ

ବାରିପଦା: ଜିଲ୍ଲା ଝାରପୋଖରିଆ ଥାନା ଯୋକା-କପାଡ଼ିହା ରାସ୍ତାମଝିରେ ଜଣେ ବ୍ୟକ୍ତିର ରକ୍ତାକ୍ତ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣଙ୍କ ହେଲେ ସେହି ଝାରପୋଖରିଆ ଥାନା ଜାଟିଆଷୋଳ ଗ୍ରାମର ସୁନାରାମ ମାର୍ଣ୍ଡି ।

ପଥରରେ ଛେଚି ହତ୍ୟା, କାରଣ ଅସ୍ପଷ୍ଟ

ସୁନାରାମ ଗତକାଲି(ମଙ୍ଗଳବାର) ରାତିରେ ଯୋକାରେ ହେଉଥିବା ରାବଣପୋଡି ଦେଖିବାକୁ ଯାଇ ଘରକୁ ଫେରିନଥିଲେ । ଆଉ ଆଜି(ବୁଧବାର) ସୁନାରାମଙ୍କ ରକ୍ତାକ୍ତ ମୃତଦେହ ରାସ୍ତା ଉପରେ ପଡିଥିବା ଦେଖିବାକୁ ମିଳିଥିଲା । ତେବେ କେହି ଦୁର୍ବୁର୍ତ୍ତ ସୁନାରାମଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅନୁମାନ କରାଯାଉଛି ।

ଖବର ପାଇ ଘଟଣାସ୍ଥଳରେ ଝାର ପୋଖରିଆ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଜଣାପଡିନଥିବା ବେଳେ ସୁନାରାମଙ୍କ ପରିବାର ହତ୍ୟାକାରୀକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details