ବାରିପଦା: ଦରମା ନମିଳିବାରୁ ସଫେଇ କର୍ମଚାରୀଙ୍କ ଅଭିନବ ପ୍ରତିବାଦ । ବାରିପଦା ପୌରପରିଷଦରେ କାର୍ଯ୍ୟରତ ସଫେଇ କର୍ମଚାରୀ ସହରର ବିଭିନ୍ନ ସ୍ଥାନରୁ ଅଳିଆ ଆବର୍ଜନା ଆଣି କାର୍ଯ୍ୟାଳୟ ଭିତରେ ଫିଙ୍ଗି ପ୍ରତିବାଦ କରୁଥିବା ଘଟଣା ସାମନାକୁ ଆସିଛି ।
ବାରିପଦା ମ୍ୟୁନିସିପାଲିଟିରେ କାର୍ଯ୍ୟରତ ସଫେଇ କର୍ମଚାରୀ ଦରମା ଦାବିରେ ଗତକାଲି ଠାରୁ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଆନ୍ଦୋଳନ ଉଗ୍ର ରୂପ ନେଇଛି । ସହର ଭିତରେ ବିଭିନ୍ନ ସ୍ଥାନରେ ଥିବା ଅଳିଆ ଭର୍ତ୍ତି ଡଷ୍ଟବିନକୁ ଆଣି ରାସ୍ତା ଉପରକୁ ଫିଙ୍ଗିଛନ୍ତି । କେବଳ ଏତିକି ନୁହେଁ ଅଳିଆ ଭର୍ତ୍ତି ଟ୍ରାକ୍ଟରକୁ ମଧ୍ୟ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଫିଙ୍ଗିଦେଇଛନ୍ତି ।