ଓଡିଶା

odisha

ETV Bharat / state

ଅନଲାଇନ ପରୀକ୍ଷା ଦାବିରେ ଏମପିସି ଛାତ୍ରଛାତ୍ରୀ

ଅନଲାଇନ ପରୀକ୍ଷା ଦାବିରେ ମୟୂରଭଞ୍ଜ ଜିଲ୍ଲା ଏମପିସି କଲେଜ ଛାତ୍ରଛାତ୍ରୀ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଏପରି ଦାବି କରିଛନ୍ତି । ଅଧିକ ପଢନ୍ତୁ....

ଅନଲାଇନ ପରୀକ୍ଷା ଦାବିରେ ଏମପିସି ଛାତ୍ରଛାତ୍ରୀ
ଅନଲାଇନ ପରୀକ୍ଷା ଦାବିରେ ଏମପିସି ଛାତ୍ରଛାତ୍ରୀ

By

Published : Apr 14, 2021, 10:50 PM IST

ବାରିପଦା: ମହାମାରୀ କୋରୋନା ସଂକ୍ରମଣ ବଢୁଥିବାରୁ ଅଫଲାଇନ ପରୀକ୍ଷା ବଦଳରେ ଅନଲାଇନ ପରୀକ୍ଷା ଦାବିରେ ଏମପିସି ଅଟୋନୋମସ କଲେଜ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗେଟରେ ତାଲା ପକାଇଛନ୍ତି ।

ଅନଲାଇନ ପରୀକ୍ଷା ଦାବିରେ ଏମପିସି ଛାତ୍ରଛାତ୍ରୀ


ଦିନକୁ ଦିନ ବଢି ଚାଲିଛି କୋରୋନା ସଂକ୍ରମଣ । ତେବେ ସଂକ୍ରମଣ ବଢୁଥିବାରୁ ଅଫଲାଇନ ପରୀକ୍ଷା ବଦଳରେ ଅନଲାଇନ ପରୀକ୍ଷା ଦାବି କରିଛନ୍ତି ଛାତ୍ରଛାତ୍ରୀ । ବାରିପଦାସ୍ଥିତ ଏମପିସି ଅଟୋନୋମସ କଲେଜର ଛାତ୍ରଛାତ୍ରୀ ଏନେଇ ଆଜି(ବୁଧବାର) କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଲେଜ ଗେଟରେ ତାଲା ପକାଇଛନ୍ତି । ମହାମାରୀ କୋରୋନାର ଭୟାବହତାକୁ ଲକ୍ଷ୍ୟ କରି ପରୀକ୍ଷାକୁ ଘୁଞ୍ଚାଇବା ସହ ଅନଲାଇନ ପରୀକ୍ଷା ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ସବୁ ପାଠ୍ୟକ୍ରମ ଏଯାଏଁ ସମ୍ପୂର୍ଣ୍ଣ ପଢାଯାଇ ନ ଥିବାବେଳେ ପରୀକ୍ଷା ଦେବା ସମ୍ଭବ ନୁହେଁ । ଅନ୍ୟପକ୍ଷରେ କଲେଜ ଅଧ୍ୟକ୍ଷା ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ଆଲୋଚନା ପରେ ବିକ୍ଷୋଭରୁ ଓହରିଛନ୍ତି ଛାତ୍ରଛାତ୍ରୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details