ରାଇରଙ୍ଗପୁର: ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ରେ ତାଲା ପକେଇଲେ ସାଂସଦ,ବିଧାୟକ ଓ ତାଙ୍କ ସମର୍ଥକ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ।
ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ଓ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି ନିଜ ସମର୍ଥକମାନଙ୍କ ସହ ଆଇଟିଡିଏ ପାଣ୍ଠିର ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ପାଇଁ ରାଇରଙ୍ଗପୁର ଆଇଟିଡିଏ କାର୍ଯ୍ୟାଳୟକୁ ଆସିଥିଲେ। ମୟୂରଭଞ୍ଜ ସାଂସଦ ଆଇଟିଡିଏ ପାଣ୍ଠିର ୨୦୧୮-୧୯ ମସିହାରେ ହୋଇଥିବା କାର୍ଯ୍ୟର ଫାଇଲ ପତ୍ର ମାଗିଥିଲେ । ତେବେ ଅଧିକାଂଶ କାର୍ଯ୍ୟ ପୂରଣ ହୋଇ ନଥିବା ଏବଂ କାର୍ଯ୍ୟରେ ଅନିୟମିତତା ହେଉଥିବା ନେଇ ଉଭୟ ଜନପ୍ରତିନିଧି ପଚାରିବାରୁ ଅନ୍ୟତ୍ର ମିଟିଂ ଥିବା କହି ଆଇଟିଡିଏର ପିଏ ଯିବାକୁ ବାହାରୁ ଥିବାବେଳେ ସାଂସଦ, ବିଧାୟକ ଓ ସେମାନଙ୍କ ସମର୍ଥକମାନେ ଉତକ୍ଷିପ୍ତ ହୋଇ ରାଇରଙ୍ଗପୁର ଆଇଟିଡିଏର ସମ୍ମୁଖ ଫାଟକ ଓ ପଛ ପଟ ଫାଟକରେ ତାଲା ପକାଇ ଦେଇଥିଲେ।