ଓଡିଶା

odisha

By

Published : Feb 23, 2022, 8:02 PM IST

ETV Bharat / state

ତିନି ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ବିଦେଶୀ ମଦ ଜବତ, ଦୁଇ ଗିରଫ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବଜାରସ୍ଥିତ ହାଟ ନିକଟରେ ଥିବା ଏକ ଘରୁ ବିଦେଶୀ ମଦ ସହିତ ନକଲି ମଦ ଗଚ୍ଛିତ ଥିବା ସୂଚନା ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଅଧିକ ପଢନ୍ତୁ

ତିନି ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବିଦେଶୀ ମଦ ଜବତ, ଦୁଇ ଗିରଫ
ତିନି ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବିଦେଶୀ ମଦ ଜବତ, ଦୁଇ ଗିରଫ

ରାଇରଙ୍ଗପୁର: ତିନି ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ତେବେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବଜାରସ୍ଥିତ ହାଟ ନିକଟରେ ଏକ ଘରେ ପେଟିପେଟି ବିଦେଶୀ ମଦ ସହିତ ବିପୁଳ ପରିମାଣରେ ନକଲି ମଦ ଗଚ୍ଛିତ ଥିବା ସୂଚନା ପାଇଥିଲା ଅବକାରୀ ବିଭାଗ । ମୟୂରଭଞ୍ଜ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ତିନି ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବିଦେଶୀ ମଦ ଜବତ, ଦୁଇ ଗିରଫ

ଘର ଭିତରୁ ବିପୁଳ ପରିମାଣର ବିଦେଶୀ ମଦ ଓ ନକଲି ମଦ ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ପୋଲିସ । ତେବେ ଜବତ ମଦ ଗୁଡ଼ିକର ଆନୁମାନିକ ମୂଲ୍ୟ ତିନି ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ରାଇରଙ୍ଗପୁର ଅବକାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି । ଆସନ୍ତାକାଲି(ଗୁରୁବାର) ବିଜାତଳା ବ୍ଲକର ଦୁଇଟି ଜିଲ୍ଲା ପରିଷଦ ଜୋନରେ ମତଦାନ ହେବାକୁ ଥିବାବେଳେ ଭୋଟରଙ୍କୁ ପ୍ରଭାବିତ କରିବାକୁ ମଦ ଗଚ୍ଛିତ ରଖାଯାଇଥିବା ସାଧାରଣରେ ସନ୍ଦେହ କରାଯାଉଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details