ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରଚୁଆଁ ଥାନ ଅଞ୍ଚଳରେ ଦିନକୁ ଦିନ ବଢୁଛି ଅପରାଧ। ଦିନ ଦି ପହରରେ ଜଣେ ଭାରତ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।
ସୂଚନାଅନୁସାରେ, ଭାରତ ଫାଇନାନ୍ସର ଜଣେ କର୍ମଚାରୀ ଲୋନ ଟଙ୍କା ନେଇ ଫେରୁଥିଲେ। ରଚୁଆଁ ଥାନା ଅନ୍ତର୍ଗତ ଖିଚିଂ ଗାଁ ନିକଟରେ ତିନିଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ। ବନ୍ଧୁକ ଦେଖାଇ ତାଙ୍କଠାରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଘଟଣା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କିଛି ଦିନ ହେବ ରଚୁଆଁ ଥାନା ଅଞ୍ଚଳରେ ଲୁଟିପାଟଠାରୁ ଆରମ୍ଭ କରି ବିଭିନ୍ନ ଅପରାଧିକ କାର୍ଯ୍ୟ ବଢିବାରେ ଲାଗିଛି । ଏମିତିକି ଥାନାରେ ଦିଆଯାଉଥିବା ଏତଲା ଚୋରି ହେଉଥିବା କହିଛନ୍ତି ବ୍ଲକ ଏସଡିବିଓ ।