ଓଡିଶା

odisha

ETV Bharat / state

ଗୁଜୁରାଟରୁ ମୃତଦେହ ଛାଡିବାକୁ ଆସି ହଟହଟା ଆମ୍ବୁଲାନ୍ସ କର୍ମଚାରୀ - more-one-migrant-labour-died

ଗୁଜୁରାଟରେ ମୃତ ଦାଦନ ଶ୍ରମିକର ମୃତଦେହ ଛାଡିବାକୁ ଆସି ପରିବାର ଲୋକଙ୍କ ଆକ୍ରୋଶର ଶିକାର ହେଲେ ଆମ୍ବୁଲାନ୍ସ ଓ କର୍ମଚାରୀ । ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଅଧିନ ନୁରୁଡ଼ି ଛକଠାରେ । ଅଧିକ ପଢନ୍ତୁ.....

more-one-migrant-labour-died-in-Mayurbhanj
ଦାଦନ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୁରଣ ଦାବିରେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଅଟକ

By

Published : Mar 24, 2021, 10:54 PM IST

ବାରିପଦା: ଗୁଜୁରାଟରେ ମୃତ ଦାଦନ ଶ୍ରମିକର ମୃତଦେହ ଛାଡିବାକୁ ଆସି ପରିବାର ଲୋକଙ୍କ ଆକ୍ରୋଶର ଶିକାର ହେଲେ ଆମ୍ବୁଲାନ୍ସ ଓ କର୍ମଚାରୀ । ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଅଧିନ ନୁରୁଡ଼ି ଛକଠାରେ ।

ଦାଦନ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୁରଣ ଦାବିରେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଅଟକ
ମୟୁରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଟିକରପଡା ଗ୍ରାମର ସୋମନାଥ ମହାନ୍ତ ଗତ ଛଅ ମାସ ହେବ ବାରିପଦା ସହର ସ୍ଥିତ ତକତପୁର ଅଞ୍ଚଳରେ ଥିବା ସୋନା ପ୍ଲାଷ୍ଟିକ ସଂସ୍ଥା ତରଫରୁ ଗୁଜୁରାଟକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ । ଗତ ଶନିବାର ଦିନ ସୋମନାଥ ମହାନ୍ତ ପରିବାର ସହ କଥାବାର୍ତ୍ତା ମଧ୍ୟ କରିଥିଲେ ।

କିନ୍ତୁ ଗତକାଲି ହଠାତ କମ୍ପାନୀ ପକ୍ଷରୁ ସୋମନାଥଙ୍କ ମୃତ୍ୟୁ ହୋଇଯାଇଥିବାର ସୂଚନା ପରିବାର ଲୋକଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ ।

ଅନ୍ୟପକ୍ଷରେ ମୃତ୍ୟୁର ସଠିକ କାରଣ ମଧ୍ୟ କମ୍ପାନୀ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଆଜି ସନ୍ଧ୍ୟା ସମୟରେ ଗୁଜୁରାଟରୁ ଆମ୍ବୁଲାନ୍ସ ଯୋଗେ ମୃତ ଶରୀର ନେଇ ଆସିଥିବା ବେଳେ ଗ୍ରାମବାସୀ ପକ୍ଷରୁ ଉକ୍ତ ଆମ୍ବୁଲାନ୍ସକୁ ନୁରୁଡି ଛକ ନିକଟରେ ଅଟକ ରଖିଥିଲେ । ଯାହା ଫଳରେ ଉଦଳା-ବାରିପଦା ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡି ଅଟକ ରହିଥିଲା ।

ପରିବାର ପକ୍ଷରୁ ମୃତ ବ୍ୟକ୍ତିର ଆଉ ଥରେ ବ୍ୟବଛେଦ କରି କେଉଁ କାରଣ ପାଇଁ ସୋମନାଥର ମୃତ୍ୟୁ ଘଟିଲା ତାର ତଦନ୍ତ ଦାବି କରିଛନ୍ତି । ବାରିପଦା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ଜଣାପଡିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details