ବାରିପଦା: ଲକ ଡାଉନର ସୁଯୋଗ ନେଇ ଚୋରା ମଦ ବେପାରୀ ସକ୍ରିୟ ହେବାରେ ଲାଗିଛନ୍ତି । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଅବକାରୀ ବିଭାଗ ଚଢାଉ କରି 2 ଜଣ ମହିଳା ମଦ ବେପାରୀଙ୍କୁ ଗିରଫ କରିବା ସହ ଦେଶୀ ଏବଂ ବିଦେଶୀ ମଦ ଜବତ କରିଛି ।
ମୋରଡା ଅବକାରୀ ବିଭାଗର ଚଢାଉ, 2 ମହିଳା ଗିରଫ - ମୋରଡା ଅବକାରୀ ବିଭାଗର ଚଢାଉ
ମୟୂରଭଞ୍ଜ ମୋରଡା ଅବକାରୀ ବିଭାଗକୁ ସଫଳତା । ଚଢାଉ କରି 2 ମହିଳା ବ୍ୟବସାୟୀଙ୍କୁ କଲା ଗିରଫ । ଅଧିକ ପଢନ୍ତୁ...
ମୋରଡା ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଇଦର ଗ୍ରାମର ମାଳତୀ ସୋରେନଙ୍କ ଘରେ ଚଢାଉ କରିଥିଲା । ମାଳତୀଙ୍କ ଘରୁ ଅବକାରୀ କର୍ମଚାରୀ ୯ ଲିଟର ଚୋରା ବିଦେଶୀ ମଦ ଜବତ କରିବା ସହ ମାଳତୀ ସୋରେନଙ୍କୁ ଗିରଫ କରିଛି । ପରେ ଝିଙ୍କିରିଆ ଗ୍ରାମର ଛିତା ସୋରେନଙ୍କ ଘରୁ ୨୦ ଲିଟର ଚୋରା ଦେଶୀମଦ ଜବତ କରିବା ସହ ତାଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ତେବେ ଉଭୟଙ୍କୁ ଗିରଫ କରି ନେବା ସମୟରେ ବାହାରକୁ ଯିବେ କହି ଛିତା ଗାଡିରୁ ଓହ୍ଲାଇ ଫେରାର୍ ହେବାକୁ ଉଦ୍ୟମ କରିଥିଲେ । ଅବକାରୀ ବିଭାଗ କର୍ମଚାରୀ ତାଙ୍କୁ ଗୋଡାଇ ଗୋଡାଇ ଧରିବାରେ ସଫଳ ହୋଇଛି । ଉଭୟଙ୍କୁ ଖୁବଶୀଘ୍ର କୋର୍ଟଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ମୋରଡା ଅବକାରୀ ଅଧିକାରୀ ଭରତ ମିଶ୍ର ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ