ଓଡିଶା

odisha

ETV Bharat / state

ବଢୁଛି ଲୁଟତରାଜ, ବନ୍ଧୁକମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା - ରାଇରଙ୍ଗପୁରରେ ମାରଣାସ୍ତ୍ର ଦେଖାଇ ଲୁଟ ଅଭିଯୋଗ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ୱାର୍ଡ଼ ନଂ ୭ର ଜଣେ ବ୍ୟକ୍ତିଙ୍କ ଘରୁ ମାରଣାସ୍ତ୍ର ଦେଖାଇ ଲୁଟ ଅଭିଯୋଗ(loot on gun point in rairangpur) । ଅଧିକ ପଢନ୍ତୁ

huge-money-and-jewellery-loot-on-gun-point-in-rairangpur
ବନ୍ଧୁକମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

By

Published : Aug 22, 2022, 10:27 PM IST

ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ମାରଣାସ୍ତ୍ର ଦେଖାଇ ଲୁଟ୍‌ ଅଭିଯୋଗ ହୋଇଛି(loot on gun point in rairangpur) । ବନ୍ଧୁକମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା । ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ୱାର୍ଡ ନଂ-୭ର ଜଣେ ବ୍ୟକ୍ତିଙ୍କ ଘରୁ ମାରଣାସ୍ତ୍ର ଦେଖାଇ ଲୁଟ କରିଥିବା ଅଭିଯୋଗ ହୋଇଛି ।

ବନ୍ଧୁକମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଗତ ରବିବାର ବିଳମ୍ବିତ ରାତି ୱାର୍ଡ ନଂ-୭ରେ ପ୍ରାୟ ୧.୩୦ ମିନିଟ ସମୟରେ ୫ରୁ ୬ଜଣ ଡକାୟତ ଯୁବ କଣ୍ଟ୍ରାକ୍ଟର ଅମିତ କୁମାର ବରହପୁରିଆଙ୍କ ଘର ପଛପଟ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ଏହାପରେ ପରିବାରଲୋକଙ୍କୁ ବନ୍ଧୁକ ମୁନରେ କାବୁକରି ବାନ୍ଧି ଦେଇଥିଲେ । ଏହାପରେ ଘରେ ଥିବା ନଗଦ ୪୦ ହଜାର ଟଙ୍କା ଓ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଫେରାର ହୋଇ ଯାଇଥିଲେ ।

ଏନେଇ ସୋମବାର ପରିବାର ଲୋକଙ୍କ ପକ୍ଷରୁ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଖବର ପାଇ ରାଇରଙ୍ଗପୁର SDPO ଓ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ। ଦୁର୍ବୃତ୍ତମାନେ ଅମିତଙ୍କ ଘରେ ଛାଡି ଦେଇଥିବା ଏକ ଦେଶୀ ବନ୍ଧୁକକୁ ଜବତ କରିଛି ପୋଲିସ । ତେବେ ଅମିତଙ୍କ ଘରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ଦୁର୍ବୃତ୍ତମାନେ ଡିଭିଆର୍ ମେସିନ ନେଇ ସେଠାରୁ ଖସି ପଳାଇ ଯାଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଡକାୟତଙ୍କୁ ଧରିବା ଏବେ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details