ଗିରଫ ପରେ ବାରିପଦା ବିଧାୟକଙ୍କୁ ମିଳିଲା ଜାମିନ - ବିଧାୟକ ପ୍ରକାଶ ସୋରେନ ଗିରଫ
21:53 September 04
ଗିରଫ ପରେ ବାରିପଦା ବିଧାୟକଙ୍କୁ ମିଳିଲା ଜାମିନ
19:14 September 04
ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ ଘଟଣା; ବିଧାୟକ ପ୍ରକାଶ ସୋରେନ ଗିରଫ
ବାରିପଦା: ଆଇଟିଡ଼ିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ମାଡ଼ ଅଭିଯୋଗ ଘଟଣା । ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟ ଚାଲାଣ ହେବାର ଦୁଇ ଘଣ୍ଟା ମଧ୍ୟରେ ବାରିପଦା ଏସଡ଼ିଜେଏମ କୋର୍ଟ ବିଧାୟକ ପ୍ରକାଶ ସରେନଙ୍କୁ ଜାମିନ ଦେଇଛି । ଜାମିନ ସର୍ତ୍ତାବଳୀ ଅନୁଯାୟୀ ବିଧାୟକ ପ୍ରକାଶ ସରେନ ପୋଲିସ ଓ କୋର୍ଟକୁ ତଦନ୍ତରେ ସହାୟକ କରିବା ସହ ୩୦ ହଜାର ଟଙ୍କା ବଦଳରେ ଜାମିନ ମିଳିଛି । ବିଧାୟକଙ୍କ ଜାମିନ ପରେ ବିଜେପି କର୍ମୀମାନେ ବିଧାୟକଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିଥିଲେ ।
ବାରିପଦା ITDA ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ ମରା ଘଟଣାରେ ବିଧାୟକ ପ୍ରକାଶ ସୋରେନଙ୍କୁ ଗିରଫ କରିଥିଲା ପୋଲିସ ପୋଲିସ । ବିଧାୟକଙ୍କ ବିରୋଧରେ ଦଫା 294, 341, 323 ଓ 506 ଲଗାଇ କୋର୍ଟ ଚାଲାଣ କରାଯାଇଥିଲା ।
ସୂଚନାନୁଯାୟୀ, ଗୁରୁବାର ବାରିପଦା ସର୍କିଟ ହାଉସରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ତାଙ୍କ ସହଯୋଗୀ ପ୍ରବୀଣ ପାତ୍ର ଓ ପ୍ରଶାନ୍ତ ବେହେରା ମାଡ ମାରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ITDA ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନା । ଏନେଇ ପୋଲିସ ବିଧାୟକଙ୍କ ସହ ଦୁଇ ଜଣ ସମର୍ଥକଙ୍କୁ ଟାଉନ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି । ତେବେ ଏହାକୁ ଭିତ୍ତିହୀନ ବୋଲି କହିଛି ବିଜେପି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ
TAGGED:
ବିଧାୟକ ପ୍ରକାଶ ସୋରେନ ଗିରଫ