ଓଡିଶା

odisha

ETV Bharat / state

ଏଟିଏମ୍ ସଟର କାଟି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ବିଳମ୍ବିତ ରାତିରେ ବନ୍ଧୁକ ମୁନରେ ତିନି ଜଣଙ୍କୁ କାବୁ କରିବା ସହ ଏଟିଏମ୍ ଗୃହର ସଟର କାଟି ଟଙ୍କା ଲୁଟ କରିଛନ୍ତି ଦୁର୍ବୃତ୍ତ।

miscreants looted money from sbi atm
miscreants looted money from sbi atm

By

Published : Dec 20, 2022, 2:21 PM IST

miscreants looted money from sbi atm

ରାଇରଙ୍ଗପୁର: ଏଟିଏମ୍ ସଟର କାଟି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଟଙ୍କା ଲୁଟୁବା ପୂର୍ବରୁ ତିନି ଜଣ ବ୍ୟକ୍ତିଙ୍କୁ ବନ୍ଧୁକା ଦେଖାଇ ଭୟଭିତ କଲେ ଚାରି ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ମୋରୋଣ୍ଡା ଗ୍ରାମରେ । ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତମାନେ ଫେରାର ଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଚାରି ଜଣ ଅଜଣା ଦୁର୍ବୃତ୍ତ ଏଟିଏମ୍ ଲୁଟ କରିବା ଉଦ୍ଦେଶ୍ୟରେ ମୋରୋଣ୍ଡା ଗାଁ କୁ ଆସିଥିଲେ । ତେବେ ଏଟିଏମ୍ ଗୃହରେ ସଟର ପଡ଼ିଥିଲା ବେଳେ ପାଖ ଘରେ ଦୁଇ ତିନି ଜଣ ବ୍ୟକ୍ତି ଶୋଇଥିବା ଦେଖିବାକୁ ପାଇଥିଲେ ଦୁର୍ବୃତ୍ତ । ଏହାପରେ ସେମାନଙ୍କୁ ନିସ୍ତୁତ ମାଡ଼ମାରି ବନ୍ଧୁକ ମୁନରେ କାବୁ କରି ନେଇଥିଲେ । ପରେ ଏଟିଏମ୍ ଗୃହର ସଟରକୁ କଟର୍ ସାହାଯ୍ୟରେ କାଟି ମେସିନ ଭାଙ୍ଗି ସମସ୍ତ ଟଙ୍କା ନେଇ ଚମ୍ପଟ ମାରିଥିଲେ ।

ଏହା ମଧ୍ୟ ପଢନ୍ତୁ-ମଞ୍ଜଥରା ଜାଡ, କଅଁଳ ଖରା ତାତି ଖୋଜୁଛନ୍ତି କଳାହାଣ୍ଡିବାସୀ

ତେବେ ଚମ୍ପଟ ମାରିବା ସମୟରେ ଗୋଟିଏ ବାଇକ ମଧ୍ୟ ସେଠାରୁ ନେଇ ଯାଇଥିବା ସୂଚନା ମିଳିଛି । ଏନେଇ ଆଜି ସକାଳୁ ଖବର ପାଇ ବହଳଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି । ସେପଟେ ଅଧିକ ତଦନ୍ତ ପାଇଁ ବାରିପଦରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ଡକାଇଛନ୍ତି । ସମସ୍ତ ଦିଗରୁ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଛାନଭିନ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତ ମାନଙ୍କୁ ଚିହ୍ନଟ କରିବାର ପ୍ରୟାସ ଜାରି ରଖିଛନ୍ତି। ତେବେ କେତେ ଟଙ୍କା ଦୁର୍ବୃତ୍ତ ମାନେ ଏଟିଏମ ମେସିନରୁ ନେଇଛନ୍ତି ସେନେଇ କିଛି ସୂଚନା ହସ୍ତଗତ ହୋଇନାହିଁ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details