ଓଡିଶା

odisha

ETV Bharat / state

ପୋଲିସ ପଞ୍ଝାରେ ହନୁମାନ ମୁଦ୍ରା କାରବାର କରୁଥିବା ଗ୍ୟାଙ୍ଗ, ଠକି ନେଇଥିଲେ ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା - ହନୁମାନ ମୁଦ୍ରା କାରବାର କରୁଥିବାବେଳେ ଚଢ଼ାଉ

ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ମାତିଥିଲେ ଠକ । ହନୁମାନ ମୁଦ୍ରାର ଲୋଭ ଦେଖାଇବା ସହିତ ଦୁଇ ତିନି ବର୍ଷରେ ଟଙ୍କା ଦ୍ଵିଗୁଣିତ ହେବା କହି ନିରୀହ ଲୋକଙ୍କ ଠାରୁ ଠକି ନେଇଥିଲେ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା । ମଙ୍ଗଳବାର ହନୁମାନ ମୁଦ୍ରା କାରବାର କରୁଥିବାବେଳେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଧରିଛି ପୋଲିସ । ଅଧିକ ପଢ଼ନ୍ତୁ

ହନୁମାନ ମୁଦ୍ରା କାରବାର କରୁଥିବା ଠକଙ୍କୁ ଧରିଲା ପୋଲିସ
ହନୁମାନ ମୁଦ୍ରା କାରବାର କରୁଥିବା ଠକଙ୍କୁ ଧରିଲା ପୋଲିସ

By

Published : Jan 4, 2023, 10:55 PM IST

ହନୁମାନ ମୁଦ୍ରା କାରବାର କରୁଥିବା ଠକଙ୍କୁ ଧରିଲା ପୋଲିସ

ରାଇରଙ୍ଗପୁର: ହନୁମାନ ମୁଦ୍ରାର ଲୋଭ ଦେଖାଇବା ସହିତ ଦୁଇ ତିନି ବର୍ଷରେ ଟଙ୍କା ଦ୍ଵିଗୁଣିତ ହେବା କହି ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିଲେ । ଅଭିଯୋଗ ପରେ ତିନି ଜଣ ଠକଙ୍କୁ ଗିରଫ କରିଛି ପୋଲିସ । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅଞ୍ଚଳରୁ । ଗିରଫ ଅଭିଯୁକ୍ତମାନେ ହେଲେ ତିରିଂ ଥାନା ଅନ୍ତର୍ଗତ ଜଟା ଗ୍ରାମର ଗୋବିନ୍ଦ ବିନ୍ଧାଣୀ, ଦାମାଡିହି ଗ୍ରାମର ପ୍ରତାପ ସିଂ ଓ ସାନନାରାୟଣୀ ଗ୍ରାମର ମଙ୍ଗଲ ବାରି ।

ସୂଚନା ଅନୁଯାୟୀ, ଏହି ୩ ଜଣ ଅଭିଯୁକ୍ତ ତିରିଂ ଥାନା ଅଞ୍ଚଳରେ ହନୁମାନ ମୁଦ୍ରା କାରବାର ଚଳାଉଥିଲେ । ହନୁମାନ ମୁଦ୍ରା ବଜାରରେ ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଥିବାର ପ୍ରଲୋଭନ ଦେଖାଇବା ସହିତ ଦୁଇ ତିନି ବର୍ଷ ମଧ୍ୟରେ ଦୁଇଗୁଣ ଟଙ୍କା ଦେବାର ପ୍ରତିଶୃତି ଦେଇ ମୋଟା ଅଙ୍କର ଟଙ୍କା ନେଇ ନିରିହ ଲୋକଙ୍କୁ ଠକି ଆସୁଥିଲେ । ଲୋକଙ୍କ ସରଳତାର ସୁଯୋଗ ନେଇ ଲକ୍ଷାଧିକ ଟଙ୍କା ଠକି ନେଇଯାଉଥିଲେ ଏହି ଠକ ଗ୍ୟାଙ୍ଗ । ତେବେ ତିରିଂ ଥାନା ମାକିଡିଘାଟି ଅଞ୍ଚଳରେ ଏହି ଗ୍ୟାଙ୍ଗ ହନୁମାନ ମୁଦ୍ରା କାରବାର କରୁଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇ ତିରିଂ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା ।

ଚଢ଼ାଉ ସମୟରେ ଏହି ତିନି ଜଣ ଠକଙ୍କୁ ଧରିବାରେ ସଫଳ ହୋଇଥିଲା ତିରିଂ ଥାନା ପୋଲିସ । ସେମାନଙ୍କ ନିକଟରୁ ପାଞ୍ଚଟି ତମ୍ବା ମୁଦ୍ରା, ତିନୋଟି ମୋବାଇଲ ଫୋନ ଓ ଗୋଟିଏ ହ୍ୟୁଣ୍ଡାଇ କାର ଜବତ କରିଛି ପୋଲିସ । ତେବେ ଅଧିକ ପଚରାଉଚରା ପରେ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସେମାନେ ବିଭିନ୍ନ ଲୋକଙ୍କ ଠାରୁ ଠକି ନେଇଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି । ମଙ୍ଗଳବାର ତିନି ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଥିବା ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ପ୍ରତିକ୍ରିୟାରେ କହିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details