ଓଡିଶା

odisha

ETV Bharat / state

ବାରିପଦାରେ ମାତିଛନ୍ତି ଲୁଟେରା: ପାର୍ସଲ ଆସିଛି କହି ଡାକିଲେ, ବନ୍ଧୁକ ମୁନରେ ଲୁଟି ନେଲେ ସୁନାଗହଣା

ପାର୍ସଲ ଦେବା ନାଁରେ ବନ୍ଧୁକ ମୁନରେ ସୁନା ଗହଣା ଲୁଟ ହୋଇଥିବା ଅଭିଯୋଗ । ଏପରି ଏକ ଲୁଟ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରରୁ । ଅଧିକ ପଢନ୍ତୁ

miscreant looted ornaments
miscreant looted ornaments

By

Published : Mar 23, 2023, 9:00 AM IST

miscreant looted ornaments

ବାରିପଦା: ଜିଲ୍ଲାରେ ମାତିଛନ୍ତି ଲୁଟେରା । ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ତେବେ ଏପରି ଏକ ଲୁଟ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ଦେବେନ୍ଦ୍ରପୁର ଅଞ୍ଚଳରୁ । ଦୁର୍ବୃତ୍ତ ନିଜକୁ କୋରିୟର କର୍ମଚାରୀର ପରିଚୟ ଦେଇ ମହିଳାଙ୍କ ଠାରୁ ବନ୍ଧୁକ ମୁନରେ ସୁନା ଅଳଙ୍କାର ଲୁଟି ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି । ଏନେଇ ଲୁଟର ଶିକାର ହୋଇଥିବା ମହିଳା ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାରିପଦା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହିତ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରୁଛି ପୋଲିସ । ସେପଟେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ସଂଗ୍ରହ କରିବା ସହିତ ସମସ୍ତ ଦିଗରୁ ତଦନ୍ତ ଚଳାଇଛି ବାରିପଦା ଟାଉନ ଥାନା ପୋଲିସ ।

ସୂଚନା ଅନୁଯାୟୀ, ବାରିପଦା ଟାଉନ ଥାନା ଅନ୍ତର୍ଗତ ଦେବେନ୍ଦ୍ରପୁର ଅଞ୍ଚଳର ସାଇ ମନ୍ଦିର ନିକଟସ୍ଥ ଦିନେଶ ଦାସ ତାଙ୍କ ବାପାଙ୍କ ଅସୁସ୍ଥ ଥିବାରୁ ତାଙ୍କୁ ନେଇ କଟକ ଡାକ୍ତରଖାନା ଯାଇଥିଲେ । ଘରେ ଏକୁଟିଆ ଥିଲେ ଦିନେଶ ଦାସଙ୍କ ପତ୍ନୀ ପ୍ରିୟଙ୍କା ଦାସ । ସେ ଦ୍ବିପ୍ରହର ପାଖାପାଖି ଦିନ ୩.୦୦ ସମୟରେ ପ୍ରିୟଙ୍କା ନିଜ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ । ଘରକୁ ଫେରିବାର କିଛି ସମୟ ମଧ୍ୟରେ ଏକ ପାର୍ସଲ ଆସିଛି ବୋଲି ତାଙ୍କୁ ଦୁର୍ବୃତ୍ତ ଜଣକ ଡାକିଥିଲେ । ତାଙ୍କ କଥାରେ ବିଶ୍ୱାସ କରି ମହିଳା ଜଣକ କବାଟ ଖୋଲିବା ମାତ୍ରେ ଦୁର୍ବୃତ୍ତ ଜଣକ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ହାର, କାନ ଫୁଲ ଓ ମୁଦି ନେଇ ଘଟଣାସ୍ଥଳରୁ ବାଇକ ଯୋଗେ ଫେରାର ହୋଇଯାଇଥିଲେ ।

ତେବେ ଲୁଟ ହୋଇଥିବା ସୁନା ଗହଣା ଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି ପ୍ରିୟଙ୍କା ଦାସ ସୂଚନା ଦେଇଛନ୍ତି । ସେପଟେ ଦୁର୍ବୃତ୍ତ ଜଣକ ମୁହଁରେ ରୁମାଲ ବାନ୍ଧି ଲୁଟ କରିଥିବା ବେଳେ ତାଙ୍କୁ ମହିଳା ଜଣକ ଚିହ୍ନଟ କରି ପାରି ନଥିଲେ । ପୂର୍ବରୁ ବାଇକରେ ଜଗି ରହିଥିବା ଅନ୍ୟ ଜଣେ ସହଯୋଗୀଙ୍କ ସହିତ ଦୁର୍ବୃତ୍ତ ଜଣକ ଖସି ପଳେଇ ଯିବାରେ ସକ୍ଷମ ହୋଇଥିବା ଜଣାପଡିଛି ।

ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ଚୋରି ଲୁଟ ଛିନତାଇ ଆଦି ଘଟଣା ସବୁ ବଢ଼ିବାରେ ଲାଗିଥିବା ବେଳେ ଲୁଟେରା ମାନେ ଖୁଲମଖୁଲା ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦିନ ଦ୍ବିପହରରେ ବନ୍ଧୁକ ମୁନରେ ଲୁଟ କରି ଫେରାର ହୋଇ ଯିବାରେ ସକ୍ଷମ ହେଉଛନ୍ତି । ଯାହାକି ପୋଲିସର କାର୍ଯ୍ୟଦକ୍ଷତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details